କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କନ୍ଧମାଳ ଜଲେଶପଟା ଗସ୍ତ

ବାଲିଗୁଡା (ବିଭୁତି ଲହରିଆ): କନ୍ଧମାଳ ଜଳେସପଟା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଶଙ୍କରାଚାଯ୍ୟ ସଂସ୍କୃତ କନ୍ୟାଶ୍ରମର ବିଜ୍ଞାନଗାର, ସ୍କୁଲ ବସ ର ଉଦଘାଟନ କରିବା ସହ ଛାତ୍ରୀ ନିବାସ, ବୌଦ୍ଧଶିଶୁ ବିଦ୍ୟା ମନ୍ଦିର ନୂତନ ସ୍କୁଲ ଗୃହ, ଜଳେଶପଟା କନ୍ୟାଶ୍ରମର ଛାତ୍ରୀ ନିବାସ, ଭିତ୍ତି ପ୍ରସ୍ତର ଶୁଭ କାର୍ଯ୍ୟକ୍ରମ କରିଥିଲେ |

ଏଥିରେ ସ୍ୱାମୀ ଜୀବନ ମୁକ୍ତାନନ୍ଦଜି, ପୁରୀ, ସମର୍ପଣ ଟ୍ରଷ୍ଟର ପବିତ୍ର ସ୍ୱାଇଁ, ଭାରତୀୟ ପେଟ୍ରୋଲିୟମର ଅଧିକାରୀ ସମେତ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ | କନ୍ଧମାଳ ବିଜେପି ଦଳ ତରଫରୁ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟ କାରୀ ସଦସ୍ୟ ନେତ୍ର ମାନସେଟ, ଜିଲ୍ଲା ସଭାନେତ୍ରୀ ଅର୍ଚନା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ଉପସଭାପତି ଶେଷ ଦେବ ପ୍ରଧାନ, ପୂର୍ବତନ ବିଧାୟକ କରେଦ୍ର ମାଝୀ, ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିପ୍ର ପ୍ରଧାନ ସମେତ ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରି ଥିଲେ | କେନ୍ଦ୍ର ପେଟ୍ରୋଲ ଓ ପ୍ରକୁତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁମୁଡ଼ିବନ୍ଧ ରାମପୁର ଛକ ନିକଟରେ ଥିବା ପଡିଆରେ ହେଲିକେପଟର ରେ ଓହ୍ଲାଇ ଜଲେସ ପଟା ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

Comments are closed.