ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା-(୨୧/୦୩) : ରାୟଗଡ ଜିଲ୍ଲା ସ୍ତରୀୟ ଯୁବ ପଡଶୀ ସଂଶଦୀୟ କାର୍ଯ୍ୟକ୍ରମ ରାୟଗଡା ଠାରେ ଅବସ୍ଥିତ ରେଲୱେ ଅଭିନନ୍ଦନ ସଭାଗୃହ ପରିଶରରେ ଆଜି ଭାରତ ସରକାରଙ୍କ ଯୁବ ବେପାର ଏବଂ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ନେହୁରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସ୍ତରୀୟ ଯୁବ ପଡଶୀ ସଂଶଦୀୟ କାର୍ଯ୍ୟକ୍ରମ ସଫଳତା ସହ ଆୟୋଜିତ ହୋଇଯାଇଛି ।
ନେହେରୁ ଯୁବ କେନ୍ଦ୍ର ଏ.ପି.ଏ ଦ୍ୱିତୀୟା ବଞ୍ଚୁର ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅଥିମାନଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କଲାପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବୃନ୍ଦ ଯୁବ ମାନସ ର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ତୈଳ ଚିତ୍ର ନିକଟରେ ଦୀପ ପ୍ରଜ୍ଜଳନ କରିଥିଲେ । ପାରମ୍ୱରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଜିଲ୍ଲା ଅଧିକାରୀ ଭୁକିଆ ରମେଶ ଅଧ୍ୟକତା ଏବଂ ଏ.ପି.ଏ ଶ୍ରୀ ଯୁକ୍ତ ଦ୍ୱିତୀୟ ବଞ୍ଚୁରଙ୍କ ସଂଯୋଜିତ ଉକ୍ତ ସମ୍ମିଳନୀରେ ଅତିରିକ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ସୋମନାଥ ପ୍ରଧାନ ସମ୍ମାନୀୟ ଅତିଥି ଉଦୟ ନାୟକ, ଏନ୍.ସି.ସି ଅଫିସର ରାୟଗଡା ଅଟୋନମୋସ କଲେଜ, ରାୟଗଡା, ସମ୍ମାନୀୟ ଅତିଥି କାମାକ୍ଷି ପ୍ରସାଦ ପାଢୀ, ପ୍ରଗ୍ରାମ-କମ୍-ପ୍ରଟେନ ଅଫିସର, ନୀରାକାର ପାଢୀ, ଲିଗାଲ ଅଫିସର, ଡି.ସି.ପି.ଉ ୟୁନିଟ, ବସନ୍ତ କୁମାର ପ୍ରଧାନ, ଡି.ଆଇ.ପି.ଆର୍.ଓ, ଗୌରାଙ୍ଗ ଚରଣ ରାଉତ, ଏନଭରମେଣ୍ଟ¸ଆଲଲିଷ୍ଟ ଏବଂ ଏମିନେଣ୍ଟ ଲିଟେରାଲି, ମୁକ୍ୟ ବକ୍ତା ଡଃ. ଅର୍ଚ୍ଚନା ପଟ୍ଟନାୟକ, ଜିଲ୍ଲା ପ୍ରଗ୍ରାମ ଅଫିସର, ଏନ୍.ଏସ୍.ଏସ୍. ଏବଂ ମହିଳା ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଭୁତି ବ୍ୟକ୍ତିମାନେ ଯୋଗଦେଇ ଦକ୍ଷତା ବୃଦ୍ଧି ଯୁବ ସଂଶକ୍ତି କରଣ ଆତ୍ମ ନିର୍ଭର ଭାରତ ମହିଳା, ଶିଶୁ, ବୃଦ୍ଧ ଓ ପଛୁଆ ବର୍ଗ ୱାଟେର ଓ ସାନିଟେସନ ନ୍ୟୁ ଏଜୁକେସନ ପଲିସି, ବିଜ୍ଞାନ କାରୀଗରି, ଉଦ୍ୟଗ ପ୍ରଂସଙ୍ଗରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ୟୁଥ୍ କ୍ଲବ ସଦସ୍ୟ ବୃନ୍ଦ, ମହିଳା କଲେଜ ଛାତ୍ରଛାତ୍ରୀ, ରାୟଗଡା କଲେଜ ର ଛାତ୍ରଛାତ୍ରୀ, ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ପାଖାପାଖି ୬୦୦ ରୁ ୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଲକ୍ଷ୍ମୀ ନାରାଣ ଚେଟୀ, ସୁରେଶ ହିମିରିକା ଏବଂ ଧନନଜୟ କୌଶଲ୍ୟା ସହାୟତା କରିଥିଲେ । ଶେଷରେ ସଂଶଦୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।