Friday, March 29, 2024

Top 5 This Week

Related Posts

ଚାରିଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଁଚିବା ଯୋଗୁଁ ଦଶମ ଶ୍ରେଣୀ ର ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ସିନ୍ଧେକେଲା, ତା(୨୧/୦୩) : ସରକାର ଜନସାଧାରଣଙ୍କୁ ଜରୁରୀକାଳୀନ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେତେ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସୁଫଳ ବି ଲୋକଙ୍କୁ ମିଳୁଥିବା ଦେଖା ଯାଉଛି । ଚାରିଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଁଚିବା ଯୋଗୁଁ ଦଶମ ଶ୍ରେଣୀ ର ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ହେଲେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ଏକ ରୋଗୀକୁ ଠିକ ସମୟରେ ଆମ୍ବୁଲାନ୍ସ ସୁବିଧା ନ ମିଳିବାରୁ, ଚାରିଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଁଚିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସକାଳୁ ସ୍କୁଲ ଯାଇ ବେଶ ଆରାମରେ ଘରକୁ ଫେରିଥିବା ଝିଅ ସଂନ୍ଧ୍ୟା ସମୟରେ ଅସୁସ୍ଥତା ଅନୁଭବ କରିଥିଲା । ଘଟଣାନୁଯାଇ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ ଗ୍ରାମର ସୁଖା ସାହୁଙ୍କ ଝିଅ ଝରଣା ସାହୁ ୧୭ ତାରିଖ ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ତେବେ ହସ୍ପିଟାଲ ଡ୍ୟୁଟିରେ ଥିବା ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଟିଟିଲାଗଡ ସବଡିଭିଜନାଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

ସ୍ଥାନାନ୍ତର ପାଇଁ ଅକ୍ସିଜେନ ଦରକାର ଏବଂ ଜଣେ ଏ ବିଷୟରେ ଜାଣିଥିବା ଥିବା ଲୋକ ଦରକାର ଥିଲା ଯିଏକି ଜରୁରୀ କାଳୀନ ମେଡିକାଲ ସୁବିଧା ଗାଡି ଉପରେ କରିପାରିବେ । ତେବେ ଏହି ସମସ୍ତ ସୁବିଧା ସୁଯୋଗ ଆମ୍ବୁଲାନ୍ସ ରେ ଥିବାରୁ ୧୦୮ କୁ ଫୋନ କରି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ କାକୁତି ମିନତୀ କରିଥିଲେ ତାଙ୍କୁ ସାଙ୍ଗରେ ଧରି ଆସିଥିବା ଲୋକେ ।

ପରିତାପ ର ବିଷୟ ଆଖପାଖ ହସ୍ପିଟାଲ ମାନଙ୍କରେ ଥିବା ସବୁ ଆମ୍ବୁଲାନ୍ସ ବ୍ୟସ୍ତ ରହିଥିବା ବିଭାଗ ତରଫରୁ କୁହାଯାଉ ଥିବା ବେଳେ ସେବା ତାଙ୍କୁ ଠିକ ସମୟରେ ମିଳି ନ ପାରିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି । ଏହାକୁ ନେଇ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମଓଆଇସି ଡକ୍ଟର ବିଶ୍ବରଞ୍ଜନ ଖୁଣ୍ଟିଆ ଙ୍କୁ ପଚାରିବାରୁ ଗୁରୁବାର ସମସ୍ତ ଆମ୍ବୁଲାନ୍ସ ବ୍ୟସ୍ତଥିବା ଯୋଗୁଁ ୩ ରୁ ୪ ଘଣ୍ଟା ବିଳମ୍ବ ହୋଇଥିଲା ଆମ୍ବୁଲାନ୍ସ ଆସିବାରେ ।

କିନ୍ତୁ ଆମେ ଆମ ହସ୍ପିଟାଲ ରେ ଯେତିକି ସେବା ଯୋଗାଇ ଦେବା କଥା ଯୋଗାଇ ଦେଇଥିଲୁ । ଠିକ ସମୟରେ ଆମ୍ବୁଲାନ୍ସ ସେବା ମିଳି ପାରିଥିଲେ ଝିଅ ହୁଏତ ବଞ୍ଚି ପାରିଥାନ୍ତା ବୋଲି ଡକ୍ଟର ଖୁଣ୍ଟିଆ କହିଛନ୍ତି । ପ୍ରକାଶ ଥାଉକି ଝରଣା ର ବାପା ଶୁଖା ସାହୁଙ୍କ ଏହି ସିନ୍ଧେକେଲା ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ୫ ଦିନ ତଳେ ୧୨ ତାରିଖ ଶନିବାର ଦିନ ମୃତ୍ଯୁ ହୋଇଥିଲା । ଗୋଟିଏ ସପ୍ତାହ ମଧ୍ଯରେ ବାପ ଝିଅଙ୍କ ମୃତ୍ୟୁ ରେ ସୁଖାଙ୍କ ସ୍ତ୍ରୀ କମଲା ଏବେ ସେ ଓ ତାଙ୍କ ୭ ବର୍ଷର ଝିଅ ସପନା କେମିତି ଚଳିବେ ତାହାକୁ ନେଇ ଚିନ୍ତାରେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles