Related Contents

ରାୟଗଡା ପୋଲିସ ଦ୍ୱାରା ଜଣେ ମିଲିସିଆ ଗିରଫ, କୋର୍ଟ ଚାଲାଣ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ପୋଲିସ ଦ୍ୱାରା ଜଣେ ମିଲିସିଆ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |

ଗିରଫ ହୋଇଥିବା ମିଲିସିଆ ହେଉଛି ଟିକିରି ଥାନା ଅନ୍ତର୍ଗତ ନିଶିଖାଲ ଗ୍ରାମର ଶ୍ରୀରାମ ସୁନା | ଗତ ୨୦୧୭ ମସିହାରେ ନକ୍ସଲ ପ୍ରବଣ ପରଶାଲୀ ଓ ଗୁମ୍ମା ମଧ୍ୟରେ ରାସ୍ତା କାମ ଚାଲିଥିବା ସମୟରେ ମାଓବାଦୀ ମାନେ ହିଂସାକାଣ୍ଡ ଘଟାଇ କଣ୍ଟ୍ରାକ୍ଟର ଦୀନବନ୍ଧୁ ଚୌଧୁରୀଙ୍କ ଜେସିବି ଓ ଟ୍ରାକ୍ଟରକୁ ଜାଳିଦେଇଥିଲେ | ଏନେଇ କଲ୍ୟାଣ୍ସିଂପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା | ତେବେ ଏହି ଘଟଣାରେ ଅଭିଯୁକ୍ତ ଶ୍ରୀରାମ ସୁନା ଙ୍କ ହାତ ରହିଥିବା ସନ୍ଦେହ କରି ତଦନ୍ତ ଜାରି ରହିଥିଲା | ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |

Comments are closed.