ବରୀ ପ୍ରେସ୍ କ୍ଲବର ସାଙ୍ଗଠନିକ ପ୍ରାଥମିକ ବୈଠକ

ଯାଜପୁର(ସତ୍ୟଜିତ ବାରିକ): ବରୀ ବ୍ଲକ ମୁଖ୍ୟ ବଜାର ସ୍ଥିତ ବରୀ ଡାକବଙ୍ଗଳା ପରିସରରେ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।

ପ୍ରେସ୍ କ୍ଲବକୁ କାର୍ଯ୍ୟକ୍ଷମ କରିବା ପାଇଁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ମତାମତ ଉପସ୍ଥାପନ କରାଯାଇଥିଲା । ଏଥିରେ ସଂଘ ବଦ୍ଦ ହୋଇ ସଂଘୀୟ ଚିନ୍ତାଧାରାରେ କାର୍ଯ୍ୟକରିବାକୁ ପ୍ରସ୍ତାବ ଉଠିଥିଲା । ପ୍ରେସ୍ କ୍ଲବ କାର୍ଯ୍ୟକ୍ଷମ ହେଲେ କାର୍ଯ୍ୟରତ ଖବରଦାତା ମାନଙ୍କୁ ସୁରକ୍ଷା ମିଳିପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏନେଇ ବରୀ ପ୍ରେସ୍ କ୍ଲବ ନାମରେ ଏକ ହ୍ୱାଟସପ୍ ଗ୍ରୁଫ କରାଯାଇଛି । ଏଥିରେ ସମସ୍ତ ସଂଘିୟ ସୂଚନା ମିଳିପାରିବ ବୋଲି ବୈଠକରେ କୁହାଯାଇଛି । ଏହି ବୈଠକରେ ଖବରଦାତା ପ୍ରତାପ କୁମାର ଦାସ,ସ୍ମରଜିତ ମହାନ୍ତି,ସ୍ନେହାଂଶୁ ଶେଖର ମହାନ୍ତି,ଘନଶ୍ୟାମ ବିଶ୍ୱାଳ,ଦର୍ଶନ ବେହେରା,ହିମାଂଶୁ ଶେଖର ଦାଶ,ବ୍ରଜ କିଶୋର ଜେନା,ମହେନ୍ଦ୍ର କୁମାର ସ୍ୱାଇଁ,ଅରବିନ୍ଦ ରାଉତ,ପ୍ରଦିପ କୁମାର ମହାରଣା,ଅପୂର୍ବ ରଂଜନ ସାହୁ,ଜିତେନ୍ଦ୍ର ନନ୍ଦ,ଅନିରୁଦ୍ଧ ବେଉରିଆ,ମନୋଜ ରାୟ,ନିଳମଣି ବଳ,ପ୍ରଶାନ୍ତ ସାହୁ,ଅଶୋକ ସାହୁ,ସତ୍ୟଜିତ ବାରିକ୍,ସୁରେଶ କର,ପ୍ରଭାସ ପରିଡା ପ୍ରମୁଖ ଖବରଦାତାମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରକାଶ କରିଥିଲେ ।

Comments are closed.