Related Contents

ହରଭଙ୍ଗା ଠାରେ ୫ତମ ଆଶିଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମୁରଶୁଣ୍ଢୀ (ମାଧବ ସାହୁ): ଆଗଲପୁର ବ୍ଲକ ମୁରଶୁଣି ଗ୍ରା .ପ. ହରଭଙ୍ଗା ଠାରେ ୫ତମ ଆଶିଷ ମେମୋରିଆଲ ଅନୁଷ୍ଠିତ ହୋଇଯାଇଛି |

ଆଶିଷ ସାହୁ ଜଣେ ସଚ୍ଚୋଟ, ନିଷ୍ଠାବାନ ଏବଂ ଖେଳ ପଡିଆରେ ଫୂଟବଲ, କ୍ରିକେଟ ଖେଳ ଭଲ ପ୍ରଦର୍ଶନ କରୁଥିଲେ | ତାଙ୍କର ୨୦୧୪ ମସିହାରେ ଦେହାନ୍ତ ହୋଇଥିଲା | ତାଙ୍କୁ ମାତ୍ର ୨୨ବର୍ଷ ହେଉଥିଲା | ତାଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ କ୍ରିକେଟ ଟୁର୍ନାମେଣ୍ଟ କରାଯାଏ | ଏହି ମେମୋରିଆଲରେ ୮ଟି ଦଳ ଭାଗ ନେଇଥିଲେ | ହରଭଙ୍ଗା ଲିଟିଲ ଷ୍ଟାର, ହରଭଙ୍ଗା (ଏମ କେ ସି ଏ ) ,କୁଟାସିଂହା ,କପାଶିରା , ଡାହୁକବୁଡ଼ , ମାଟିଆପାଲି, ସେମେଲମୁଣ୍ଡା , ତମମୁରା | ସେମିଫାଇନାଲରେ ମାଟିଆପାଲି ଏବଂ ଡାହୁକବୁଡ଼ ମଧ୍ୟରେ ହୋଇଥିଲା ଏବଂ ଡାହୁକବୁଡ଼ ଦଳ ବିଜୟୀ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗ୍ରାମର ଭାରତୀୟ ସେନା ବାହିନୀର ସୁମନ୍ତ ପ୍ରଧାନ ଏବଂ ଭଦ୍ର ବ୍ୟକ୍ତି ହେମକର ସାହୁ ଯୋଗଦେଇଥିଲେ | ସହଯୋଗରେ ବିଜୟ ସାହୁ, ନରେନ୍ଦ୍ର ସାହୁ , ଶିବରାଜ ସାହୁ , ବଦଳ ସାହୁ , ଲିପନ ସାହୁ, ସୁଧନ ସାହୁ କରିଥିଲେ |

Comments are closed.