ପିତାମାତା ଙ୍କ ଜୀବଦ୍ଦଶାରେ ପୁଅ ତାଙ୍କ ସମ୍ପତ୍ତି ଦାବି କରିପାରିବନି : ବମ୍ବେ ହାଇକୋର୍ଟ

0
193
ପିତାମାତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୧/୦୩) : ଶନିବାର ଏକ ମାମଲା ର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥାଉ ଥାଉ ତାଙ୍କ ନାମରେ ଥିବା ଫ୍ଲାଟ ଉପରେ ପୁଅ ନିଜର ଅଧିକାର ଦାବି କରିପାରିବ ନାହିଁ ।

ସୋନିଆ ଖାନ୍ ନାମ୍ନୀ ଜନୈକା ମହିଳା ଦୀର୍ଘକାଳ ଧରି ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ଥିବା ତାଙ୍କ ସ୍ବାମୀଙ୍କ ସମ୍ପତ୍ତି ର ଆଇନଗତ ତତ୍ତ୍ବାବଧାରିକା ଭାବେ ତାଙ୍କୁ ଘୋଷଣା କରାଯିବାକୁ ଦାବି ‌କରି କୋର୍ଟରେ ଆବେଦନ କରିଥିଲେ । ସୋନିଆଙ୍କ ପୁଅ ଆସିଫ ଖାନ୍ ତାଙ୍କ ବାପାଙ୍କର ‘ଡି-ଫ୍ୟାକ୍ଟୋ ଗାର୍ଡିଆନ’ ବୋଲି ଦାବି କରି ଏକ ଆବେଦନ କରିଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ପିତାମାତା ଜୀବିତ ଥିଲେ ମଧ୍ୟ ଉଭୟଙ୍କ ନାମରେ ଗୋଟିଏ କରି ଦୁଇଟି ଫ୍ଲାଟ ଅଛି ।

ତେଣୁ ତାଙ୍କୁ ଉଭୟ ଫ୍ଲାଟ ର ବା ଅତି କମ୍‌ରେ ଗୋଟିଏ ଫ୍ଲାଟ ର ଆଇନଗତ ଅଧିକାର ଦିଆଯିବା ଉଚିତ । ଜଷ୍ଟିସ୍ ଗୌତମ ପଟେଲ ଓ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ ଯେ, ପୁଅ ବାପାମାଆଙ୍କ ସେବା କରିଥିବାର କୌଣସି ପ୍ରମାଣ ନାହିଁ । ବାପାମାଆ ଗୋଟିଏ ଜାଗାରେ ତ ପୁଅ ଆଉ କେଉଁଠି ରହୁଛି ।

ପୁଣି ଭାରତୀୟ ଉତ୍ତରାଧିକାର ଆଇନରେ କେଉଁଠି ଲେଖା ନାହିଁ ଯେ ବାପାମାଆ ଜୀବିତ ଥିବା ବେଳେ ପୁଅ ତାଙ୍କ ସମ୍ପତ୍ତି ଦାବି କରିପାରିବ । ତେଣୁ ବାପା ମାଆ ଜୀବିତ ଥିବା ପର୍ଯ୍ୟନ୍ତ ବାପା ଓ ମାଆଙ୍କ ନାମରେ ଥିବା ଦୁଇଟି ଫ୍ଲାଟ ମଧ୍ୟରୁ କୌଣସିଟିରେ ଆସିଫଙ୍କର ଅଧିକାର ନାହିଁ ବୋଲି ଖଣ୍ଡପୀଠ କହିଥିଲେ ।