Thursday, March 28, 2024

Top 5 This Week

Related Posts

ଭୟଙ୍କର ରୂପ ନେଉଛି ସାଇକ୍ଲୋନ ‘ଅସାନୀ’

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୩) : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ଅସାନୀ’ । ରବିବାର ପ୍ରବଳ ବର୍ଷା ହେବା ଫଳରେ ଆଣ୍ଡାମାନ ର କିଛି ଅଞ୍ଚଳରେ ଜନ ଜୀବନ ପ୍ରଭାବିତ ହୋଇଛି ।

ଏହାରି ଭିତରେ ସାଇକ୍ଲୋନ ‘ଅସାନୀ‘ ଦ୍ୱୀପପୁଞ୍ଜ ଆଡକୁ ଭୟଙ୍କର ରୂପ ଦ୍ରୁତ ଗତିରେ ମାଡ଼ି ଆସୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରିଛି ପାଣିପାଗ ବିଭାଗ । ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ୧୦୦ ଜଣ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ଭାବରେ ଦ୍ୱୀପରେ ବିଭିନ୍ନ ସ୍ଥାନରେ ୬ ଟି ରିଲିଫ୍ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଛି । ସେ କହିଛନ୍ତି ଯେ ଉତ୍ତର ଏବଂ କେନ୍ଦ୍ରୀୟ ଆଣ୍ଡାମାନରେ ବର୍ଷା ସହିତ ପ୍ରବଳ ପବନ ଜାରି ରହିଛି । ହେଲେ ପୋର୍ଟ ବ୍ଲେୟାରରେ ଜନ ଜୀବନ ସ୍ୱାଭାବିକ ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଟୁଇଟ୍ କରି କହିଛି ଯେ ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିମ୍ନ ଚାପ ଅଞ୍ଚଳରେ ସର୍ବନିମ୍ନ ଚାପ ଅଞ୍ଚଳ ଭାବେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ତୀବ୍ର ସର୍ବନିମ୍ନ ଚାପ ଅଞ୍ଚଳରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ବୋଲି ଆଇଏମଡି କହିଛି ।

ପାଣିପାଗ ବିଭାଗ ଅନୁଯାୟୀ ଏହି ସାଇକ୍ଲୋନ ବାଂଲାଦେଶ ଏବଂ ମିଆଁମାର ଉପକୂଳ ଆଡକୁ ଗତି କରିବାର ଆଶଙ୍କା ରହିଛି । ଏହି ସମୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି IMD ପୂର୍ବାନୁମାନ କରିଛି ।

Popular Articles