Advertisements
Sunday, May 31, 2020
Home headline ଖାଦ୍ୟ କମିଶନରଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ, ସମସ୍ୟା ଉପରେ ଆଲୋଚନା

ଖାଦ୍ୟ କମିଶନରଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ, ସମସ୍ୟା ଉପରେ ଆଲୋଚନା

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନର ବିଭିନ୍ନ ସମସ୍ୟା ଉପରେ ତଦାରଖ କରିବାକୁ ଖାଦ୍ୟ କମିଶନର ଶ୍ରୀଯୁକ୍ତ ରଙ୍ଗଲାଲ ଯାମୁଡ଼ ଚନ୍ଦ୍ରପୁର ମାଓ ପ୍ରବଣ ଅଞ୍ଚଳରେ ପହଞ୍ଚିଥିଲେ |

ଶ୍ରୀଯୁକ୍ତ ଜାମୁଡ଼ାଙ୍କ ସହ ଏନଜିଓ କର୍ମୀ ରଞ୍ଜିତ ଶତପଥୀ, ଆଇଟିଡିଏ ଗୋରାଚାନ୍ଦ, ଚନ୍ଦ୍ରପୁର ତହସିଲଦାର ଫର୍ଣ୍ଣଣ୍ଡନନ୍ଦ ଏକା, ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ତଲାୱର ଜେନା, ଏମ ଆଇ ମାନସ କୁମାର, ସରପଞ୍ଚ କାଉ ସୁନା, ଆର ଆଇ ଵପୁନ କୁମାର ବେହେରା ଏବଂ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ | ଶ୍ରୀ ଜାମୁଡ଼ାଙ୍କ ଗସ୍ତ ମଧ୍ୟରେ ବୁଡିବାଲି ଗ୍ରାମ ପଞ୍ଚାୟତ ବର୍ଚ୍ଚିଗୁଡା ଗ୍ରାମ ଠାରେ ମିନି ଅଙ୍ଗନବାଡୀ କେନ୍ଦ୍ର ନିମନ୍ତେ ଗ୍ରାମ ଲୋକଙ୍କ ଦ୍ୱାରା ପ୍ରସ୍ତାବିତ, ହନୁମନ୍ତ ପୁର ଗ୍ରାମ ପଞ୍ଚାୟତରେ ଖେଳପଡିଆ, ହନୁମନ୍ତ ପୁର ଗ୍ରାମ ପଞ୍ଚାୟତରେ ଇନ୍ଦୁଗୁଡା, ମକାନ ଗୁଡା, ଲାଇବିଜ ଗ୍ରାମାଞ୍ଚଳରେ ସମସ୍ୟା, ଚନ୍ଦ୍ରପୁର ଠାରେ ଥିବା ୩୩କେଭି, ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନୱାଡି କେନ୍ଦ୍ର, ବିଭିନ୍ନ ସ୍ଥାନର ଜଙ୍ଗଲ ଜମି ଉପରେ ଆଲୋଚନା କରିଥିଲେ | ୪୪୦ରୁ ଉର୍ଦ୍ଧ ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତି ଥିଲେ | ଚନ୍ଦ୍ରପୁର ତହସିଲଦାର ଫର୍ଣ୍ଣଣ୍ଡ ନନ୍ଦ ଏକ୍କା ଏବଂ ଆର ଆଇ ଵପୁନ କୁମାର ବେହେରାଙ୍କ ଉପସ୍ଥିତିରେ ବର୍ଚ୍ଚିଗୁଡା ଗ୍ରାମର ୩୨ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା |

ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଶିଶୁମାନକୁ ଦିଆଯାଉଥିବା ଖାଦ୍ୟ ଉପରେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଅଭିଯୋଗ କରିଥିଲେ | ବିଭିନ୍ନ ଗ୍ରାମର ପାଣି ସମସ୍ୟା ଉପରେ ମଧ୍ୟ ଜନସାଧାରଣ ଅଭିଯୋଗ କରିଥିଲେ | ଶ୍ରୀ ଜାମୁଡ଼ାଙ୍କ ତଦାରଖ ପରେ ବ୍ଲକର ସମସ୍ୟା ଗୁଡିକୁ କିଭଳି ଭାବରେ ସମାଧାନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ପରି ବ୍ଲକ କର୍ମଚାରୀଙ୍କୁ ଜଣାଇଥିଲେ | ଶେଷରେ ଖାଦ୍ୟ କମିସନର ଶ୍ରୀ ରଙ୍ଗଲାଲ ଜାମୁଡ଼ା ରାୟଗଡା ଗସ୍ତ କରିଥିଲେ |

Advertisements

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: