Advertisements
Wednesday, July 8, 2020
Home Accidental Death ଟ୍ରକ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର

ଟ୍ରକ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର

ବିନିକା(ଧ୍ରୁବରାଜ ମିଶ୍ର): ବିନିକା ଗୋଡଭଗା ମୁଖ୍ୟ ରାସ୍ତା ଚେରୁପାଲୀ ଛକ ଠାରେ ବସକୁ ଅପେକ୍ଷା କରିଥିବା ବେଳେ ଗ୍ୟାସ ସିଲିଣ୍ଡର ଭର୍ତି ଏକ ଟ୍ରକ ( ନ ଓଆର ୦୨ ୱାଇ ୪୨୩୨) ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି |

ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି | ଟ୍ରକ ମାଡିଯିବାରୁ ଚେରୁପାଲୀ ଗାଁର ରୂଖ ଭରାସାଗର (୩୫) ଓ ସଉଳପୁର ଗାଁର ସୁରେନ୍ଦ୍ର ଗରିଆ (୫୦) ଙ୍କ ଘଟଣାସ୍ଥଳରେ ମୃତ୍ୟ ହୋଇ ଯାଇଥିଲା | ଏଥିରେ ଗୁରୁତର ଜୟଦେବ ସାଣ୍ଡ ଓ ରୁନୁ ଭରାସାଗରଙ୍କୁ ପ୍ରଥମେ ବିନିକାରେ ପ୍ରାଥମିକ ଚିକିତ୍ସା ପରେ ସୋନପୁର ଓ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଛି | ଏହାକୁ ନେଇ ଶହ ଶହ ଲୋକେ ବିନିକା ସିଦ୍ଧାର୍ଥ କଲେଜ ଗେଟ ଠାରେ ରାସ୍ତା ରୋକ କରିଥିଲେ | ଦୀର୍ଘ ସମୟ ଧରି ପୁଲିସ ଓ ପ୍ରଶାସନ ସହ ଆଲୋଚନା କଲା ପରେ ପ୍ରତିଶୃତି ଦେବାରୁ ରାସ୍ତା ରୋକ ହଟିଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: