ଇ-ଶ୍ରମ କାର୍ଡ ହିତାଧିକାରୀଙ୍କ ଆକାଉଣ୍ଟକୁ ଶୀଘ୍ର ଆସିପାରେ ୧୦୦୦ ଟଙ୍କା

0
137
ଇ-ଶ୍ରମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ନୂଆଦିଲ୍ଲୀ, (୨୧/୦୩) : ଗରିବ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । କେନ୍ଦ୍ର ସହ ରାଜ୍ୟ ସରକାର ମଧ୍ୟ ଏହିପରି ଯୋଜନା ଲାଗୁ କରିଥାନ୍ତି । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲ ର ଶୁଭାରମ୍ଭ କରିଥିଲେ ।

ଇ-ଶ୍ରମ ପୋର୍ଟଲରେ ବର୍ତ୍ତମାନ ସୁଦ୍ଧା ଦେଶ ର ୨୨ କୋଟିରୁ ଅଧିକ ଶ୍ରମିକ ପଞ୍ଜିକରଣ କରିଛନ୍ତି । ଉତ୍ତର ପ୍ରଦେଶରେ କେବଳ ୮ କୋଟି ଶ୍ରମିକ ଇ-ଶ୍ରମ ପୋର୍ଟରେ ପଞ୍ଜିକରଣ କରିଛନ୍ତି । ଯୋଗୀ ସରକାର ଇ-ଶ୍ରମ ପୋର୍ଟାଲ ଅଧିନରେ ଶ୍ରମିକଙ୍କୁ ୫୦୦ ଟଙ୍କା ଦେବା ନେଇ ଘୋଷଣା କରିଥିଲେ । ସରକାରଙ୍କ ଏହି ସ୍କିମ ଅଧିନରେ ୧୦୦୦ ଟଙ୍କା ର ରାଶି ପ୍ରାୟ ୨ କୋଟି ଶ୍ରମିକଙ୍କ ଆକାଉଣ୍ଟକୁ ଆସିଥିଲା ।

ୟୁପି ର ଯୋଗୀ ସରକାର ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ର କିସ୍ତି ଟ୍ରାନ୍ସଫର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବା ନେଇ ୟୁପି ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ୟୁପି ସରକାର ଶୀଘ୍ର ବଳକା ୧୦୦୦ ଟଙ୍କା ହିତାଧିକାରୀଙ୍କୁ ଟ୍ରାନ୍ସଫର କରିବେ । ଯୋଗୀ ସରକାର ମାର୍ଚ୍ଚ କିମ୍ୱା ଏପ୍ରିଲ ମାସରେ ଏହି ଟଙ୍କା ଟ୍ରାନ୍ସଫର କରିପାରନ୍ତି।