Related Contents

ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ, ଗାଁ ଗାଁ କୁ ଯିବ ବିଜେପି

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ବିଜେପି କାର୍ଯ୍ୟାଳୟଠାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟରେ ବିଜେପି ସରକାର ଗଢିଲେ କଣ କଣ କରିବ ତାର ପ୍ରତିଶୃତି ପତ୍ର ବଣ୍ଟନ କରିଛନ୍ତି |

ପାଙ୍ଗି ସୂଚନା ଦେଇ କହିଛନ୍ତି ଯେ ସ୍ଥାୟୀ ପଟ୍ଟା ସହ ପକ୍କା ଘର, ବେରୋଜଗାର କକୁ ରୋଜଗାର ଦେବ ଭାଜପା | ଏହା ସହ ୧୯ବର୍ଷ ବିଜେଡି ସରକାର ପକ୍କାଘର ଓ ରୋଜଗାର ଦେବାରେ ବିଫଳ ହୋଇଛି | ତେଣୁ ଲୋକେ ବିଜେଡି ଉପରେ ବିଶ୍ୱାସ ହରାଇସାରିଛନ୍ତି | ବିଜେପି ୨୦୨୨ ସୁଦ୍ଧା ଜଣେ ବି ଲୋକ ସ୍ଥାୟୀ ପଟ୍ଟା ସହ ପକ୍କା ଘର ନ ଥାଇ ରହିବେ ନାହିଁ | ସବୁ ଯୁବ ବେରୋଜଗାରଙ୍କୁ ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରତିଶୃତି, ସବୁ ଘରକୁ ବିଜୁଳି ପାଇଖାନା ଓ ଗ୍ୟାସ ପାଇପ, ପିଇବା ପାଣି , ସ୍ଥାୟୀ ପଟ୍ଟା ପ୍ରଦାନ କରିବ | ରାଜ୍ୟରେ ଅପାର ସମ୍ଭାବନା ଅଛି | ମାଟି ତଳେ ଅମାପ ପ୍ରାକୃତିକ ସମ୍ପତ୍ତି, ବିସ୍ତୃତ ବେଳାଭୂମି, ପ୍ରଚୁର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ପରିଶ୍ରମୀ ମାନବ ସମ୍ବଳ ସତ୍ୱେ ରାଜ୍ୟର ଏକ ତୃତୀୟାଂଶ ଯୁବପିଢିଙ୍କୁ ବାହାର ରାଜ୍ୟକୁ ରୋଜଗାର ଅନ୍ୱେଷଣ ରେ ଯିବାକୁ ପଡୁଛି | ଏହି ପ୍ରତିଶୃତି ପତ୍ରକୁ ଧରି ଗାଁ ଗାଁ କୁ ଯିବ ବିଜେପି |

Comments are closed.