Related Contents

କୃଷକ ସଂଗଠନର ଆନ୍ଦୋଳନ-ଲମତାପୁଟ

ଲମତାପୁଟ (କପିଳେନ୍ଦ୍ରଦଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ମହକୁମାରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ୍ ପାଳନ କରାଯାଇଥିଲା ।

ଏଥିରେ ଲମତାପୁଟ ଛକ ରେ ଟାୟାର ଜାଳି ଜୟପୁରରୁ ବିଶାଖାପାଟଣା ଯିବା ଜାତୀୟ ରାଜପଥ ଅବରୋଧ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହି ଆନ୍ଦୋଳନକୁ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ସମର୍ଥନ କରିଥିଲେ । ଏଥିପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା | ସଂପୂର୍ଣ୍ଣ ଭାବେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Comments are closed.