Related Contents

ମୀନଝୋଲା ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପରେ ବି ଅବ୍ୟବସ୍ଥା

ମୀନଝୋଲା, ରାୟଗଡ଼(ଅମୁଲ୍ୟ ନିଶଙ୍କ): ବଂଶଧାରା, ଚାଉଳଧୂଆ ଓ ଫଳଫଳିଆ ୩ଟି ନଦୀର ସଙ୍ଗମସ୍ଥଳ ନଦୀ ମଝିରେ ଭଗବାନ ଶିବଶଙ୍କର ମୀନମାଛ ରୁପରେ ବହୁ ବର୍ଷ ପୂର୍ବେ ସ୍ୱୟଂ ଆବିର୍ଭାବ ହୋଇଥିଲେ | ତେଣୁ ସେହି ଜାଗାକୁ ମୀନଝୋଲା ନାମରେ ପରିଚିତ |

ଏହି ତିନି ନଦୀର ସଙ୍ଗମ ସ୍ଥଳରେ ନଦୀ ମଝିରେ ଏକ ଗର୍ତ୍ତ ମଧ୍ୟରେ ଭକ୍ତଙ୍କୁ ମହାଶିବରାତ୍ରି ଦିନ ଦର୍ଶନ ଦିଅନ୍ତି | ଜ଼ିଲ୍ଲା ସଦର ମହକୁମାଠାରୁ ୧୪୦କିଲୋମିଟର ଗୁଡାରିଠାରୁ ୩୫ କିଲୋମିଟର ଦୂରରେ ମୀନଝୋଲା ଅବସ୍ଥିତ | ଗତ ବର୍ଷ ୨୦୧୮ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶିବଭକ୍ତ, ଯାତ୍ରୀମାନେ ଗୁଡାରି ଠାରୁ କଚା ରାସ୍ତରେ ଯାଉଥିଲେ | ମୀନଝୋଲା ପର୍ଯ୍ୟନ୍ତ ରାୟଗଡ଼ ପୂର୍ବତନ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାରଙ୍କ ଆପ୍ରାଣ ଚେଷ୍ଟା ଦ୍ୱାରା ଏକ ପକ୍କା ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ମୀନଝୋଲା ପର୍ଯ୍ୟନ୍ତ ଶେଷ ହୋଇଛି | ମୀନଝୋଲା କୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ମିଳିଛି କିନ୍ତୁ ଦୁଃଖର ବିଷୟ ପର୍ଯ୍ୟଟକ ନିମନ୍ତେ ଏହି ଠାରେ ରହିବାର ସୁବିଧା, ପିଇବା ନିମନ୍ତେ ପାଣି, ବିଜୁଳି ଆଲୁଅର ସୁବିଧା ନାହିଁ | ବର୍ଷ ସାରା ଭଗବାନ ଶିବ ଶଙ୍କର ପାଣି ମଧ୍ୟରେ ବୁଡି ରହନ୍ତି | ସ୍ଥାନୀୟ ବାସିନ୍ଧା ତଥା ଭଗବାନଙ୍କ ପୂଜକ ଶିବରାତ୍ରିର ୧୦ଦିନ ପୂର୍ବରୁ ଆସି ଭଗବାନଙ୍କ ଉପରେ ଜମି ରହିଥିବା ବାଲି ବାହାରକରି ନିର୍ମଳ କରଥାନ୍ତି |

ଠିକ ସେହିପରି ବ୍ୟବସାୟୀ ମାନେ ମଧ୍ୟ ଶିଵାରାତ୍ରି ବହୁଦିନ ପୂର୍ବରୁ ଆସି ନିଜର ଦୋକାନ ବସେଇବା ପାଇଁ କାମ କରିଥାନ୍ତି | ପ୍ରସାଶନ ତରଫରୁ ଯାତ୍ରା ସମୟରେ ପାଣି ଟ୍ୟାଙ୍କର ମାଧ୍ୟମରେ ପାଣି ଦିଆଯାଇ ଥାଏ | ଯାହାକି ସମୁଦ୍ରକୁ ସଂଖେ ପାଣି ସଦୃଶ୍ୟ | ଏହି ମୀନଝୋଲା ଠାରେ ଏକ ସ୍ଥାୟୀ ବିଜୁଳି ବ୍ୟବସ୍ଥା ସାଙ୍ଗକୁ ପିଇବା ପାଣିର ବ୍ୟବସ୍ଥା ଯାତ୍ରୀଙ୍କ ରହିବା ନିମନ୍ତେ ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି |

Comments are closed.