Thursday, March 28, 2024

Top 5 This Week

Related Posts

ସ୍କୁଲ କଲେଜ ଖୋଲିବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରେ କେନ୍ଦ୍ର : ବିଶ୍ୱସ୍ତ ସୂତ୍ରରୁ ସୂଚନା

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୩୧/୦୭) : ସ୍କୁଲ କଲେଜ ଖୋଲିବାକୁ ଖୁବ୍ ଶୀଘ୍ର କୌଣସି ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ରାଜ୍ୟମାନଙ୍କ ସହ ଆଲୋଚନା କରିବା ପରେ ଗାଇଡଲାଇନ୍ ଜାରି କରିପାରେ କେନ୍ଦ୍ର ।

ପୂର୍ବ ଅପେକ୍ଷା ଏବେ କରୋନା ସଂକ୍ରମଣରେ ହ୍ରାସ ଘଟିଥିବାରୁ ସ୍କୁଲ କଲେଜ ଖୋଲିବାକୁ ଏବଂ ଅନ୍ୟ ଶିକ୍ଷଣ ସଂସ୍ଥା ଗୁଡ଼ିକୁ ଖୋଲିବାକୁ ଜାରି ହୋଇପାରେ ଗାଇଡଲାଇନ୍ ।

ମଧ୍ୟପ୍ରଦେଶ, ବିହାର ଏବଂ ହିମାଚଳ ପ୍ରଦେଶ ସମେତ ବହୁ ରାଜ୍ୟରେ ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ, କଲେଜ ଖୋଲାଯାଇଛି । ସେପଟେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବିଚାର ବିମର୍ଶ କରୁଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କୌଣସି ଗାଇଡଲାଇନ୍ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆସନ୍ତା ସପ୍ତାହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏନେଇ ରାଜ୍ୟ ଗୁଢିକ ସହ ଆଲୋଚନା କରିପାରନ୍ତି । ସେପଟେ କୋଭିଡ୍ ଗାଇଡଲାଇନ୍ ମଧୟରେ ଦେସରେ ସପିଂ ମଲ୍, କ୍ଲବ, ସିନେମା ହଲ୍, ବଜାର ଆଦି ଖୋଲିଯିବା କାରଣରୁ ଏବେ ଶିକ୍ଷା ଅନୁଷ୍ଠାନ ବନ୍ଦ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଆଗକୁ ନିଟ୍ ଭଳି ପ୍ରବେଶିକା ପରୀକ୍ଷା ଆସିବାକୁ ଯାଉଛି । ଏଭଳି ସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବା ନିହାତି ଆବଶ୍ୟକ ହୋଇପଡିଛି । ଶିକ୍ଷା ମନ୍ତ୍ରାଳୟ ସବୁ ରାଜ୍ୟର ଶିକ୍ଷା ଅନୁଷ୍ଠାରେ କାମ କରୁଥିବା କର୍ମଚାରୀ ଓ ଶିକ୍ଷକକଙ୍କ ଭ୍ୟାକ୍ସିନେସନ ରିପୋର୍ଟ ମାଗିଛି ।

Popular Articles