Related Contents

ସିଆରପିଏଫ ୪ର୍ଥ ବାଟାଲିୟନ ରାୟଗଡା ତରଫରୁ ଜନସମ୍ପର୍କ ଶିବିର

ମୁକୁନ୍ଦପୁର, ରାୟଗଡା(ଅମୁଲ୍ୟ ନିଶଙ୍କ/ଗୋପୀନାଥ କନ୍ଦାଗିରି): ସିଆରପିଏଫ ୪ର୍ଥ ବାଟାଲିୟନ ରାୟଗଡ଼ର ମୁକୁନ୍ଦପୁର ଜି କମ୍ପାନୀ ତରଫରୁ ସ୍ଥାନୀୟ ଦିବ୍ୟଜୀବନ ଆଶ୍ରମଠାରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି ଶିବିରକୁ ରାୟଗଡା ୪ର୍ଥ ବାଟାଲିୟନର ଡେପୁଟି କାମାଣ୍ଡେଣ୍ଟ ଶ୍ରୀ ଅଶୋକ ପି ଏମ ଉଦ୍ଘାଟନ କରି ଏହି ଶିବିରର ମହତ୍ୱ ବୁଝାଇ କହିଥିଲେ ସିଆରପିଏଫ ଯବାନ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ନିକଟତର ହେବ | ଆମର ଲକ୍ଷ ଏହି ଶିବିରରେ ଉପସ୍ଥିତ ଜଗନାଥପୁର ପୂଜାରୀଗୁଡା କେଉଝରୀ ସାରାଂବୁଗୁଡ଼ା ହାତୀଖମ୍ବା ସାନଖିଲପଡାର କାରୁବାଈ ଓ ବଙ୍କିଲିର ପ୍ରାଥମିକ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବେଗ କମ୍ପାସ ବାକ୍ସ ବହି ଖାତା ବଣ୍ଟନ କରିବା ସାଙ୍ଗକୁ ଭଲରୂପେ ପାଠ ପଢି ଭବିଷ୍ୟତରେ ଡାକ୍ତର, ଇଂଜିନିୟର, ଆଇଏଏସ, ଆଇପିଏସ ଅଧିକାରୀ ହେବା ନିମନ୍ତେ ପରାମର୍ଶ ଦେଇଥିଲେ | କାର୍ଯ୍ୟକର୍ମ ଆରମ୍ଭ ପୂର୍ବରୁ ଫୁଲବାମାରେ ସହୀଦ ଯବାନଙ୍କ ପ୍ରତି ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା |

ଏଥିରେ ସ୍ଥାନୀୟ ସରପଞ୍ଚ ମୁକୁନ୍ଦପୁର ଶିବ କନ୍ଦାଗିରି ଜ଼ିଲ୍ଲାପରିଷଦ ସଭ୍ୟ ଆଶୁତୋଷ କୀଲାକ ଯୋଗଦେଇ ଯବାନଙ୍କ ବଳିଦାନ ଉପରେ ଆଲୋଚନା କରି ସହୀଦ ପରିବାରଙ୍କୁ ସମବେଦନା ଜଣାଇଥିଲେ | ସିଆରପିଏଫ ର ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମୁକୁନ୍ଦପୁର ୟୁନିଟ ଏସ ଆଇ ମୁରଲୀ ସାହୁ, ମୁକୁନ୍ଦପୁର କନେଷ୍ଟବଳ ଜି ସନ୍ତୋଷ କୁମାର, ରାୟଗଡା ଏଏସଆଇ ସୁରେଶ କୁମାର ପଣ୍ଡା, ହାବିଲଦାର ପି କେ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Comments are closed.