Thursday, March 28, 2024

Top 5 This Week

Related Posts

ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁର ଠାରେ ବିଶ୍ବ ମୁଖଗହ୍ୱର ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୦/୩) : ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁର ଠାରେ ବିଶ୍ବ ମୁଖଗହ୍ୱର ଦିବସ ପାଲିତ ହୋଇ ଯାଇଛି ।74fe8f5c dc6c 471c 8785 b6d933a92f88 ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁର ଠାରେ ବିଶ୍ବ ମୁଖଗହ୍ୱର ଦିବସ ପାଳିତ

ଏହି ଅବସରରେ ଝିଙ୍କି ସଦର ମହକୁମା ବ୍ରୁଦ୍ଧାଶ୍ରମ ର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତା ଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ର ଅତିରିକ୍ତ ଜନ ସ୍ବାସ୍ଥ୍ଯ ଅଧିକାରୀ (ପରିବାର କଲ୍ୟାଣ) ଡା. ମଞ୍ଜୁରାଣୀ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଦନ୍ତ ରୋଗ ଚିକିତ୍ସକ ଡା. ସତ୍ୟନାରାୟଣ ପଣ୍ଡା ମୁଖ୍ୟ ଉପଦେଷ୍ଟା ଭାବରେ ଯୋଗଦେଇ ଉପସ୍ଥିତ ଅନ୍ତେବାସୀ ତଥା କର୍ମକର୍ତ୍ତା ଦାନ୍ତ ତଥା ମୁଖଗହ୍ଵର ର ଯତ୍ନ ଉପରେ ସରଳ ଭାଷାରେ ବୁଝାଇଥିଲେ ।

ଶେଷରେ ଡା. ସିଂ ଆଜି ଦିବସର ବିଷୟ ବସ୍ତୁ କୁ ବୁଝାଇବା ପରେ ନିଜ ସମ୍ଭାଷଣ ରେ କହିଥିଲେ ଯେ, “ଆମେ ମୁଖଗହ୍ଵର କୁ ସୁସ୍ଥ ରଖିବାକୁ ହେଲେ ବିଡି, ସିଗାରେଟ୍, ଗୁଡାଖୁ ପରି ତମାଖୁ ଜାତୀୟ ଦ୍ରବ୍ୟ ସେବନ ର ବଦଭ୍ୟାସ କୁ ପରିତ୍ୟାଗ କରିବାକୁ ହେବ ।” ସଭା କର୍ୟକ୍ରମକୁ ଅକ୍ରୁର କୁମାର୍ ହୋତା ପରିଚାଳନା କରିଥିବା ବେଳେ ପିଣ୍ଟୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ୍ ଥାଉ କି ଏଥିସହ ଜିଲ୍ଲା ସ୍ଵାସ୍ଥ ବିଭାଗ ସୁବର୍ଣପୁର ତରଫରୁ ସଦର ମହକୁମାର ଜନ ସମାଗମ ସ୍ଥାନରେ ହୋର୍ଡିଙ୍ଗ ଲଗାଇ ମୁଖଗହ୍ୱର ଯତ୍ନ ଉପରେ ସଚେତନତା ପାଇଁ ପ୍ରୟାସ କରାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles