ଜିଲ୍ଲା ପରିଷଦରେ ତିରୁପତିଙ୍କ ବିଜୟ ପାଇଁ ହାଡୁ ଭାଙ୍ଗିରେ ରକ୍ତଦାନ ଶିବିର

0
210
ଜିଲ୍ଲା ପରିଷଦରେ ତିରୁପତିଙ୍କ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୩) : ଜିଲ୍ଲା ପରିଷଦରେ ତିରୁପତିଙ୍କ ବିଜୟ ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁ ଭାଙ୍ଗି ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।b6524179 7961 4a2d aa05 0c1388d61dab ଜିଲ୍ଲା ପରିଷଦରେ ତିରୁପତିଙ୍କ ବିଜୟ ପାଇଁ ହାଡୁ ଭାଙ୍ଗିରେ ରକ୍ତଦାନ ଶିବିର

ଜୋନ୍ ୨ ରେ ଗାବର। ତିରୁପତି ଙ୍କ ବିଜୟ ଓ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାରୁ ଗଣେଶ ୟୁଥ୍ ଗ୍ରୁପ୍ ଏକ ରକ୍ତ ଦାନ ଶିବିର କରି ପ୍ରାୟ ୫୫ ୟୁନିଟ ରକ୍ତ ବ୍ଲଡ଼ ବ୍ୟାଙ୍କ୍ କୁ ଦାନ କରିଛନ୍ତି । ଶ୍ରୀ ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଏହି ଶିବିର କୁ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦରେ ତିରୁପତିଙ୍କ ବିଜୟ ପାଇଁ ରକ୍ତଦାନ ଶିବିର ରେ ବହୁ ଦଳୀୟ କର୍ମୀ ମଧ୍ୟ ଯୋଗ ଦେଇଥିଲେ ।

ଏକଦା ବିଜେପି ବିଧାୟକ ଙ୍କ ଗଡ଼ କୁହାଯାଉଥିବା ହାଡୁ ଭାଙ୍ଗି ଗ୍ରାମ ରେ ଗଣେଶ ଯୁବ ସଂଗଠନ ଆଜି ଯେଭଳି ଉଦ୍ୟମ କରି ସଂଘବଦ୍ଧ ଭାବେ ଏହି ମହାନ କାର୍ଯ୍ୟ କରିଛନ୍ତି ତାକୁ ନେଇ ଶ୍ରୀ ତିରୁପତି ଭୂୟସୀ ପ୍ରଶଂସା କରିଛନ୍ତି ଓ ଏଭଳି ସାମାଜିକ ସେବା କରିବାକୁ କହିଛନ୍ତି ।