Advertisements
Sunday, July 5, 2020
Home Farmer Issue ସ୍ୱାଧୀନତାର ୭୦ବର୍ଷ ପରେ ବି ଗାଁରେ ପହଞ୍ଚିପାରୁନି ସରକାରୀ ଯୋଜନା

ସ୍ୱାଧୀନତାର ୭୦ବର୍ଷ ପରେ ବି ଗାଁରେ ପହଞ୍ଚିପାରୁନି ସରକାରୀ ଯୋଜନା

କୋରାପୁଟ (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକର ନକ୍ସଲ ପ୍ରବଣ ବୋରିଗି ପଂଚାୟତର ଉପରଲଚ୍ଛା ଗାଁ ।

ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଏହି ଜାଗାରେ ପହଂଚି ପାରୁନି ସରକାରଙ୍କ ଛୋଟିଆରୁ ଛୋଟିଆ ମୌଳିକ ସୁବିଧା । ଛଅଟି ପାହାଡ଼ ଓ ଚାରିଘଣ୍ଟାର ଦୀର୍ଘ ମେହନତ ପରେ ରାସନ ଚାଉଳ ମିଳିଥାଏ । ଏଥିପାଇଁ ଏହି ଗାଁରେ କେହି ସରକାରୀ ବାବୁଙ୍କ ପାଦ ବି ପଡେନି । ଏହି ଗାଁ ରେ ୧୦୪ଟି ପରିବାର ୪୦୫ଜଣ ରୁହନ୍ତି । ଆଉ ସ୍କୁଲ ତ ଛାଡ଼ । ଚର୍ଚ୍ଚ ବାରଣ୍ଡାରେ ପଢ଼ନ୍ତି, ସର୍ବମୋଟ ୩୦ଜଣ, ପ୍ରଥମରୁ ୫ମ ଶ୍ରେଣୀ ଯାଏଁ । ଆଉ ଆଶ୍ଚର୍ଯ୍ୟର୍ କଥା ୫ବର୍ଷ ହବ ଜାଗାକୁ ଖଣ୍ଡେ ଆବାସ ଯୋଜନାରୁ ଘର ଖଣ୍ଡେ ମିଳିନି । କିଛି ଲାଞ୍ଚ ଦେଲେ ଘର ଖଣ୍ଡେ ମିଳିପାରିବ ବୋଲି ଗାଁ ଲୋକେ ଅଭିଯୋଗ କରୁଛନ୍ତି । ଗାଁ ବାସୀଙ୍କ ତୁଣ୍ଡରୁ ବୁଝି ନେଇ ପାରିବେ । ଆଉ ୧୦୦ଦିନର କାମରେ ୬୦% ଲୋକଙ୍କ ପାଖରେ ଜବ କାର୍ଡ ନାହିଁ । ସବୁଜ ସୁନ୍ଦର, ଶାବର ଶ୍ରୀ କ୍ଷେତ୍ରରେ ଏମିତି ଅବ୍ୟବସ୍ଥା କାହିଁକି ବୋଲି କହନ୍ତି ସାଧାରଣ ଜନତା | ପ୍ରଶାସନର କଣ ଟିକେ ବି ମାନବିକତା ନାହିଁ, ଦାୟିତ୍ୱ ନାହିଁ ବୋଲି ଚର୍ଚ୍ଚା ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

Recent Comments

%d bloggers like this: