Related Contents

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବରୀ ବନ୍ଦ ସଫଳ-କଥା ଦେଇ କଥା ରଖିଲାନି ସଂଗଠନ, ବଳି ପଡିଲା ଛଟପଟ ରୋଗୀ ଅଟକି ରହିଲା ୧୦୮

ବରୀ(ସତ୍ୟଜିତ ବାରିକ): କୃଷକଙ୍କୁ ଉପଯୁକ୍ତ ମୂଲ୍ୟ(ପ୍ରାଇସ,)ସମ୍ମାନ(ପେଷ୍ଟିଜ୍) ଏବଂ ପେନସନ୍(ଭତ୍ତା) ପ୍ରଦାନ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା କୁ ସମର୍ଥନ ଜଣାଇ ବରୀ ରେ ବନ୍ଦ ପାଳନ ବେଳେ ବରୀ-ମାଉଣ୍ଡ ମୁଖ୍ୟ ବଜାରରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା ରାସ୍ତା ରୋକ ରେ ଆମ୍ବୁଲାନ୍ସକୁ ଅଟକାଇ ଦିଆଯାଇଥିଲା ।

ଯାହାଫଳରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କୁ ହିନସ୍ତା ଭୋଗିବାକୁ ପଡିଥିଲା ।ପୋଲିସର ହସ୍ତକ୍ଷେପ ପରେ ଆମ୍ବୁଲାନ୍ସକୁ ଛାଡି ଦିଆଯାଇଥିଲା । ଗୁରୁବାର ବରୀ-ମାଉଣ୍ଡ ସାପ୍ତାହିକ ହାଟ ହେଉଥିଲାବେଳେ ଚାଷୀ ଓ ବେପାରୀ ଆଣିଥିବା ପନି,ପରିବାକୁ ବିକ୍ରି କରିବା ବନ୍ଦ କରିଦିଆଯାଇଥିଲା । ଅପରାହ୍ନରେ ପନି ପରିବା ହାଟ ଚାଲିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଦୋକାନ ବଜାର କେତେକ ବନ୍ଦ ରହିଥିଲାବେଳେ କେତେକ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଅଜାଣଛକ,ବାଲିଆ,ରତ୍ନଗିରି, ବାଲିଆପାଳ,ଶଙ୍ଖାରିଗଡା, କଳାମାଟିଆ ଆଦି ଛକ ମାନଙ୍କରେ ନବ ନିର୍ମାଣ କୃଷକ ସଂଗଠନ ର ଚାଷୀ ମାନେ ବନ୍ଦ ଆନ୍ଦୋଳନ କରି ୫୦ରୁ ଉର୍ଦ୍ଧ ଆନ୍ଦୋଳନ କାରି ଗିରଫ ହୋଇଥିଲେ । ପରେ ବ୍ୟକ୍ତିଗତ ସମାଧାନ ପରେ ବରୀ ପୋଲିସ ଗିରଫ ଆନ୍ଦୋଳନକାରୀଙ୍କୁ ଛାଡି ଦେଇଥିଲା । କୃଷକ ନେତା ପଦ୍ମନ କର,ଅଜୟ ରଥ,ଗଗନ ବିହାରୀ ସାମଲ,ପ୍ରଶାନ୍ତ ପଡିଆରି, ଦୁର୍ଯ୍ୟୋଧନ ପଡିଆରୀ,ନବୀନ ସାମଲ ପ୍ରମୁଖ ଆନ୍ଦୋଳନ ରେ ଯୋଗ ଦେଇଥିଲେ। ଚାଷୀମାନଙ୍କ ବନ୍ଦ ପାଳନଙ୍କୁ ବିଜେପି କୃଷକ ମୋର୍ଚ୍ଚାର ନୈତିକସମର୍ଥନ ସହ ବରୀ ବଜେପିର ଅଗଧାଡ଼ିର କର୍ମୀ ଯୋଗ ଦେଇଥିଲେ ।

Comments are closed.