Advertisements
Thursday, July 2, 2020
Home Business & Private ବରୀକୁ ଜନ ମତ ସର୍ଭେରେ ଆସି ବୈଦ୍ୟୁତିକ ଗଣମାଧ୍ୟମ ନିୟୁଜ ୭ ହଟହଟା

ବରୀକୁ ଜନ ମତ ସର୍ଭେରେ ଆସି ବୈଦ୍ୟୁତିକ ଗଣମାଧ୍ୟମ ନିୟୁଜ ୭ ହଟହଟା

ବରୀ(ସତ୍ୟଜିତ ବାରିକ): ଆଜି ପୁର୍ବାହ୍ନରେ ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ନିୟୁଜ୭ ଟିମ୍ ଜନ ମତ ସର୍ଭେ ପାଇଁ ଭୋଟ୍ ଓଡିଶା ବାକ୍ସ ବସାଇବାକୁ ଆସି ହଟହଟା ହୋଇ ଫେରିଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ପୂର୍ବ ପ୍ରସ୍ତୁତି ଅନୁଯାଇ ଏହି ବୈଦ୍ୟୁତିକ ଗଣମାଧ୍ୟମ ଟିମ୍ ଏକ ବୋଲର ଗାଡିରେ ବରୀ-ମାଉଣ୍ଡ ବଜାରରେ ପହଞ୍ଚି ଥିଲେ । କଂଗ୍ରେସ,ବିଜେଡି,ଭାଜପା ୩ ପ୍ରମୁଖ ରାନୈତିକ ଦଳର ଶତାଧିକ ସମର୍ଥକମାନେ ବଜାରରେ ଅପେକ୍ଷା କରି ରହିଥିଲାବେଳେ ଏହି ଗଣମାଧ୍ୟମ ଟିମ୍ ଭୋଟ୍ ଓଡିଶା ବାକ୍ସରେ ୨୦୧୯ ନିର୍ବାଚନ ପାଇଁ ଜନ ମତ ସଂଗ୍ରହ କରିବାକୁ ଏକ ବାଲଟ ପତ୍ର ଦେଇଥିଲେ । ଏହି ପତ୍ରଟିକୁ ପୁରଣ କରି ଭୋଟ୍ ଓଡିଶା ବାକ୍ସରେ ପକାଇବା ପାଇଁ କହିଥିଲେ । ତେବେ ଲୋକ ଗହଳି ଯୋଗୁ ଠେଲାପେଲାରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ମତାମତ ଫର୍ମ କେତେକ ଯୁବକ ଝାମ୍ପି ନେଇଥିଲେ । ଆଉ କେତେକ ଯୁବକ ସେମାନଙ୍କ ବୋଲରକୁ ହାତରେ ବାଡାବାଡି କରିଥିଲେ । ଆସିଥିବା ବୈଦ୍ୟୁତକ ଗଣମାଧ୍ୟମର ପ୍ରତିନିଧି ଟିମ୍ କୁ ହଟହଟା ହେବାକୁ ପଡିଥିଲା । ଶେଷରେ ନିରାଶ ହୋଇ ଫେରିଯାଇଥିଲେ । ଏ ସଂକ୍ରାନ୍ତରେ ଆସିଥିବା ପ୍ରତିନିଧି ସୁରେନ୍ଦ୍ର ସାମଲଙ୍କୁ ପଚାରିବାରୁ ବିଶୃଙ୍ଖଳା ସୃଷ୍ଟି ହେବାରୁ ହଟହଟା ହୋଇ ଫେରି ଯାଉଛୁ ବୋଲି କହିଥିଲେ । ଏହି ବୈଦ୍ୟୁତିକ ଗଣମାଧ୍ୟ ନିୟୁଜ ୭ ର ଜନମତ ସର୍ଭେ ଠପ୍ ହୋଇ ଯାଇଛି । ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: