Friday, March 29, 2024

Top 5 This Week

Related Posts

ଖନ୍ତ ପଞ୍ଚାୟତ ଲାଲବଜାର ସାହିରେ ଷୋହଳ ପହର ନାମ ସଂକୀର୍ତ୍ତନ ଅନୁଷ୍ଠିତ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୨୦/୦୩) : ବାମନଘାଟୀ ଉପଖଣ୍ଡ ଖନ୍ତ ପଞ୍ଚାୟତ ଲାଲବଜାର ସାହିରେ ଷୋହଳ ପହର ନାମ ସଂକୀର୍ତ୍ତନ ଗତ ଶୁକ୍ରବାର ୨ ଟା ୦୩ ରେ ଆରମ୍ଭ ହୋଇ ଆସନ୍ତା ରବିବାର ୨ଟା ୦୩ ରେ ପୂର୍ଣ୍ଣାହୁତି ହେବ l

୧୯୫୯ ରେ ସ୍ଥାପିତ ଖନ୍ତ ପଞ୍ଚାୟତ ଲାଲବଜାର ସଂକୀର୍ତ୍ତନ କିମିଟୀ ରେ ୬ ଟି ସଂକୀର୍ତ୍ତନ ଦଳ ଯଥା କୁଷ୍ଠା, ଗୌରଚନ୍ଦ୍ରପୁର, ବାଙ୍ଗିରିପୋଷି, ବମ୍ବେଛକ, ରାଇହରି ଓ ବାଦାମପାହାଡ ରାଧାଗୋବିନ୍ଦଙ୍କ ନାମ ଉଚ୍ଚାରଣ କରିଥିଲେ l ଉକ୍ତ ଭାବପୂର୍ଣ୍ଣ ପରିବେଶ କୁ ଦେଖିବାକୁ ରାଇରଙ୍ଗପୁର ତଥା ଆଖପାଖ ଗାଁ ରୁ ଭଗବତ ପେମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l

ଏଥିରେ କମିଟୀ ର ସଭାପତି ଲୋମ୍ବଧର, ରଣଜିତ, କୁଞ୍ଜ, ମୋହନ, ତିରୋନ, ରାଜା ତଥା ସଂପାଦକ ହରିଶ ଚନ୍ଦ୍ର ତୁଙ୍ଗ ଏବଂ ତାରପଦା ପାଟବନ୍ଧା ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ l ତଥା କମିଟୀ ର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ସଂକୀର୍ତ୍ତନ ଦଳ ଲୋକମାନଙ୍କର ଦୁଃଖ ସୁଖ ବୁଝିଥିଲେ l

Popular Articles