Friday, March 29, 2024

Top 5 This Week

Related Posts

ଖରସ୍ରୋତାରେ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତଦେହ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୦/୦୩) : ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି ।

ଆଜି ଶେଷରେ ବିଶ୍ୱଜିତ୍ ଜେନା (ବବୁଲ) ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ଖରସ୍ରୋତାରେ ଗାଧୋଇବା ବେଳେ ବୁଡ଼ି ଯାଇ ୬ ଜଣ ନିଖୋଜ ଥିଲେ । ସୂଚନାଯୋଗ୍ୟ, ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୨ ଟାରେ ହୋଲି ଖେଳି ସାରି ୭ ଜଣ ପିଲା ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀ ର ମଙ୍ଗଳାଘାଟକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀ ର ସ୍ରୋତ ପ୍ରଖର ଥିବାରୁ ପିଲାମାନେ ଭାସିଯାଇଥିଲେ ।

ସୂଚନା ପାଇ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛିଥିଲା । ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଖରସ୍ରୋତା ନଦୀରେ ଗତକାଲି ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଗତକାଲି ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବାହିନୀ ର କର୍ମଚାରୀମାନେ ଦୀର୍ଘ ୨୪ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିବା ବେଳେ ଚତୁର୍ଥ ମୃତଦେହ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବାହିନୀକୁ ଗତକାଲି ସକାଳୁ କ୍ରିଷ୍ଣା ଜେନାଙ୍କର ମୃତଦେହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃତଦେହ ମିଳିଥିଲା ।

ଏହା ପୂର୍ବରୁ ଶୁଭମ ଜେନା ଓ ସୁବ୍ରତ ଜେନାଙ୍କର ମୃତଦେହ ପୂର୍ବଦିନ ମିଳିଥିଲା । ତେବେ ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି ।

Popular Articles