ବିଶ୍ଵ ପଖାଳ ଦିବସ ଅବସର ରେ ମହାପ୍ରଭୁଙ୍କ ପାଖେ ପଖାଳ ଭୋଗ

0
126
ବିଶ୍ଵ ପଖାଳ ଦିବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୦/୦୩) : ଆଜି ମାର୍ଚ୍ଚ ୨୦ ତାରିଖ ବିଶ୍ଵ ପଖାଳ ଦିବସ ଅବସର ରେ ଆସନ୍ତୁ ଜାଣିବା ପଖାଳ ଆଉ ଆମ କାଳିଆ ଠାକୁର ଙ୍କ ମଧ୍ୟ ରେ ଥିବା ସମ୍ପର୍କ ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ ।

ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେ ବେଳେ ଦହି ଭାସେ, କେତେ ବେଳେ ଘିଅ ବାସେ । ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” । ତେବେ ଆଜି ବିଶ୍ଵ ପଖାଳ ଦିବସ ଅବସର ରେ ଏହି ପଖାଳର ନାଁ ସବୁ କଣ ଆସନ୍ତୁ ଜାଣିବା :-

ସୁବାସ ପଖାଳ : ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷା ଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।

ଚୁପୁଡା ପଖାଳ : ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ ।

ପାଣି ପଖାଳ : ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ । ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘର ର ସାଧାରଣ ଖାଦ୍ୟ ।