Friday, March 29, 2024

Top 5 This Week

Related Posts

ମହାସମାରୋହରେ ଦୋଳ ପର୍ବ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୦୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ରେ ମହାସମାରୋହରେ ଦୋଳ ପର୍ବ ପାଳିତ ହୋଇଯାଇଛି । ହିନ୍ଦୁ ସଂସ୍କୃତି, ପରମ୍ପରା ଓ଼ ଧର୍ମ ଅନୁଯାଇ ବାର ମାସ କୁ ତେର ପର୍ବ । ଏହି ତେର ପର୍ବ ରୁ ଫାଲ୍ଗୁନ ମାସ ପୂର୍ଣ୍ଣିମା ରେ ପାଳିତ ହୁଏ ଦୋଳ ଯାତ୍ରାWhatsApp Image 2022 03 20 at 6.59.39 AM ମହାସମାରୋହରେ ଦୋଳ ପର୍ବ ପାଳିତ

ଦୋଳ ମଣ୍ଡପ ରେ ବିରାଜିତ ହୁଅନ୍ତି ରାଧା କୃଷ୍ଣ ର ଯୁଗଳ ମୂରତି । ବିଭିନ୍ନ ପ୍ରକାର ଅବିର ରେ ଆଗମନ କରାଯାଇ ଭଗବାନ ଙ୍କ ପୂଜା ଅର୍ଚନା ପରେ ଭାଇଚାରା ର ସଂପର୍କ ଆଦାନ ପ୍ରଦାନ କରି ରଙ୍ଗ ଅବିର ବାଛ ବିଚାର ଭେଦ ଶୂନ୍ୟ ନେଇ ସାନରୁ ବଡ଼, ଗାଁ ଠୁ ସହର ରଙ୍ଗୀନ ହୋଇଯାଏ । ଏହି ପରମ୍ପରା ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ରେ । ଆଜକୁ ରାମଗଡ ପଞ୍ଚାୟତ ର ରାମଗଡ ଗ୍ରାମରେ ପରମ୍ପରା ଅନୁଯାଇ ପ୍ରାୟ ୨ ଶହ ବର୍ଷ ତଳୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ମହାସମାରୋହରେ ଚାଲୁଅଛି ଏହି ଦୋଳ ପୂର୍ଣ୍ଣିମା ଯାତ୍ରା ।

ଗ୍ରାମ ର ତଥା ପଞ୍ଚାୟତ ସହିତ ସାରା ରାଜ୍ୟରେ ପ୍ରସାରିତ ମା ବୁଢ଼ୀବାଉରୀ, ରାଧା କୃଷ୍ଣ, ମାଁ ଠାକୁରାଣୀ, ବାବା କେଦାରେଶ୍ୱର ଙ୍କ ମହାମିଳନ ଏକ ମନୋରମ ଦୃଶ୍ୟ । ସବୁ ଦେବଦେବୀ ଙ୍କ ମିଳନ ରେ ହୁଏ ଅବିର ଖେଳ । ଜାତି, ଧନୀ, ଗରିବ କୁ ପଛରେ ପକାଇ ସମସ୍ତେ ଏକାକାର ହୋଇ ଏହି ଦୋଳ ଉତ୍ସବ ପାଳନ କରନ୍ତି ।

Popular Articles