Advertisements
Sunday, July 5, 2020
Home headline ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀର ହେବା କଥା, ବିଦେଶୀ ନୁହେଁ-ଲୋଇସିଂହା ନିର୍ବାଚନ ମଣ୍ଡଳୀ

ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀର ହେବା କଥା, ବିଦେଶୀ ନୁହେଁ-ଲୋଇସିଂହା ନିର୍ବାଚନ ମଣ୍ଡଳୀ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଟିକେଟ ଆଶା ଦିନକୁ ଦିନ ଜଟିଳ ହେବାରେ ଲାଗିଛି | ୨୦୧୯ ନିର୍ବାଚନରେ ରାଜନୀତି ମଇଦାନକୁ ଓହ୍ଲେଇବା ପାଇଁ କିଛି ସରକାରୀ କର୍ମଚାରୀ ଅଣ୍ଟା ଭିଡି ଟିକେଟ ଆଶାୟୀ ତାଲିକାରେ ସାମିଲ ହୋଇଛନ୍ତି |

ତାଲିକାରେ ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ, ପୋଲିସ ବାବୁଙ୍କ ନାମ ମଧ୍ୟ ହେବା ନେଇ ଅଞ୍ଚଳରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି | ୨୦୧୯ ନିର୍ବାଚନ ପାଇଁ ସମସ୍ତ ରାଜନେତିକ ଦଳରେ ଟିକେଟ ଚିନ୍ତା | ବିଜେପି ଦଳର ବହୁ ପ୍ରାର୍ଥୀ ଟିକେଟ ଆଶାରେ ରହିଛନ୍ତି | ଏହି ତାଲିକାରେ ଗତ କିଛି ଦିନ ତଳେ ସାମିଲ ହୋଇଥିଲେ ଅବସରପ୍ରାପ୍ତ ବୈଜ୍ଞାନିକ ମୁକେଶ ମହାଲିଙ୍ଗ | ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାଥୀ ହେବା ଆଶାରେ ଚାକିରୀ ଛାଡିଛନ୍ତି | ଆସନ୍ତା ନିର୍ବାଚନପାଇଁ ସେ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ହେଲେ ନିର୍ବାଚନ ମଣ୍ଡଳୀ ଜନସାଧାରଣ ସହଜରେ ତାଙ୍କୁ ଗ୍ରହଣ କରିବେ ବୋଲି ସେମିତି କିଛି ଜଣାପଡ଼ୁନାହିଁ | ବିଜେଡିରେ ଟିକେଟ ଆଶାୟୀ ତାଲିକା ଲମ୍ବା | ଏହି ତାଲିକାରେ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ସାନପୁଅ ନିହାର ରଞ୍ଜନ ବେହେରା, ସଂପତ୍ତି ନନ୍ଦ, ନାରୀ ନେତ୍ରୀ ରଞ୍ଜୁ ରାଏମନ, ଜୟନ୍ତୀ ବାରିକ ରହିଛନ୍ତି | ଟିକେଟ ଆଶାରେ ସମସ୍ତ ଆଶାୟୀ ଜନ ସମ୍ପର୍କ ଅଭିଯାନକୁ ଜୋରଦାର କରିଛନ୍ତି | ହେଲେ ବିଜେଡିର ଅନ୍ତଃ କନ୍ଦଳ ଯୋଗୁଁ ଓ ବିଦେଶୀ ହଟାଓ ନାରା ଦେଇ କିଛି ବିଜେଡି ଗୋଷ୍ଠୀ ଆଶାୟୀ ପ୍ରାର୍ଥୀଙ୍କ ଆଶାକୁ ଫିକା କରିଦେଇଛନ୍ତି | ଯଦି ନିର୍ବାଚନ ମଣ୍ଡଳୀରେ ବିଦେଶୀ ହଟାଓ ନାରାକୁ ଦେଖି ବିଜେଡି ଟିକେଟ ଦେବ ତା ହେଲେ ସ୍ଥାନୀୟ ବିଧାୟକଙ୍କ ପୁଅ ସହ ଟିଟିଲାଗଡ଼ରୁ ଆସି ବିଜେଡିରେ ମିଶିଥିବା ରଞ୍ଜୁ ରାଇମନଙ୍କ ଆଶା ଆଶାରେ ରହିଯିବ |

ବିଦ୍ୟୁତ ବିଭାଗର ଯନ୍ତ୍ରୀ ଭାବେ କାର୍ଯ୍ୟରତ ଇ. ପ୍ରଦୀପ ବେହେରା ଚାକିରୀ ଛାଡି ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି | ୨୦୧୪ ନିର୍ବାଚନ ମଧ୍ୟରେ ସେ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା ଏବେ ସେ ପୁଣି ଆଶାୟୀ ଅଛନ୍ତି|ପ୍ରଶାସନିକ ଅଧିକାରୀ ଶରତ ବାଗ ମଧ୍ୟ ୨୦୧୯ରେ ବିଜେଡି ପ୍ରାର୍ଥୀ ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି | ରାଜନୈତିକ ଦଳ ପ୍ରାର୍ଥୀ ଚୂଡାନ୍ତ କରି ନ ଥିବା ବେଳେ ଅନେକ ଆଶାୟୀ ଠାରୁ କିଏ ଟିକେଟ ପାଇବ ତାକୁ ନେଇ ଅଂଚଳରେ ବେଶୀ ଚର୍ଚ୍ଚା ହେଉଛି | ହେଲେ ସବୁ ଚା ଦୋକାନ ଠୁ ଆରମ୍ଭ କରି ସବୁ ଜାଗାରେ କେବଳ ଗୋଟିଏ ଚର୍ଚ୍ଚା ଜୋର ଧରିଛି ଯେ ବିଦେଶୀ ହଟାଓ ଲୋଇସିଂହା ବଞ୍ଚାଓ ହେବା କଥା ନ ହେଲେ ରାଣ୍ଡି ପୁଅ ଅନନ୍ତା ପରି ନିର୍ବାଚନ ମଣ୍ଡଳୀ ହେବ ବୋଲି ସାଧାରଣ ଭୋଟର ଦୃଢୋକ୍ତି ପ୍ରକାଶ କରିଛନ୍ତି |

Advertisements

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: