Related Contents

ଚନ୍ଦ୍ରପୁରରେ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ କ୍ୟାଣ୍ଡଲ ଶୋଭାଯାତ୍ରା

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ଜମ୍ମୁ କାଶ୍ମୀର ପୁଲୱାମା ଠାରେ ଗତ ୧୪ ତାରିଖ ଗୁରୁବାର ଆତ୍ମଘାତୀ ବୋମା ବିସ୍ପୋରଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଚନ୍ଦ୍ରପୁର ପୋଲିସ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |

ଚନ୍ଦ୍ରପୁର ପୋଲିସ ଥାନା ଠାରୁ କେଣ୍ଡଲ ଶୋଭାଯାତ୍ରା ଆରମ୍ଭ କରି ମୁଖ୍ୟ ବଜାର ଦେଇ ଚନ୍ଦ୍ରପୁର ପଞ୍ଚାୟତ ଖେଳ ପଡିଆ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ହିନ୍ଦୁସ୍ତାନ ଜିନ୍ଦାବାଦ, ପାକିସ୍ତାନ ମୁର୍ଦାବାଦ, ସହିଦ ଯବାନ ଅମର ରହେ ଭଳି ନାରାରେ ବଜାର କମ୍ପି ଉଠିଥିଲା | ଶେଷରେ ଶୋଭାଯାତ୍ରା ପଡିଆରେ ପହଞ୍ଚିବାପରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଏଭଳି ଭାବରେ ଅମାନବୀୟ କାଣ୍ଡ ଘଟାଇଥିବା ପାକିସ୍ତାନକୁ ଉଚିତ ଜବାବ ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରପୁର ଥାନା ଆଇଆଇସି ଯୋଶବନ୍ତ ହିଆଲଙ୍କ ନେତୃତ୍ୱରେ ଆୟୋଜନ କରାଯାଇ ଥିବାବେଳେ ଚନ୍ଦ୍ରପୁର ତହସିଲଦାର ଫର୍ଣ୍ଣି ନାଣ୍ଡ ଏକ୍କା, କର୍ମଚାରୀ ବୃନ୍ଦ, ଅଷ୍ଟମ ବାଟାଲିୟନ ସିଆରପି ଜବାନ, ସରକାରୀ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପୋଲିସ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |

Comments are closed.