Thursday, March 28, 2024

Top 5 This Week

Related Posts

କପିଲ୍‌ ଶର୍ମା ଙ୍କ ଫ୍ୟାନ୍‌ ସେୟାର କଲେ ଏଭଳି ଫଟୋ : ଅଭିନେତା କହିଲେ-କାହାକୁ କହିବନି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ନୂଆଦିଲ୍ଲୀ, (୧୯/୦୩) : କମେଡି କିଙ୍ଗ କପିଲ୍‌ ଶର୍ମା ବର୍ତ୍ତମାନ ନନ୍ଦିତା ଦାସଙ୍କ ଫିଲ୍ମ ର ଶୁଂଟିରେ ବ୍ୟସ୍ତ ଅଛନ୍ତି । ଶୁଟିଂ ପାଇଁ ଓଡିଶା ର ଭୁବନେଶ୍ୱରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କୁ ଖାଦ୍ୟ ବିତରଣ ତଥା ଡେଲିଭରି ବୟଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ କପିଲ୍‌ ଶର୍ମା ଙ୍କର ଜଣେ ପ୍ରଶଂସକ କମଳା ଟି-ସାର୍ଟରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବାଇକ୍‌ରେ ବସିଥିବା ବେଳେ ତାଙ୍କ ପିଠିରେ ଖାଦ୍ୟ ବିତରଣ ବ୍ୟାଗ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶୁଟିଂ ସମୟର ଏହି ଫଟୋ ସେୟାର କରିବା ସମୟରେ ଜଣେ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି । ଏହାକୁ ନେଇ ସେ ଟ୍ୱିଟରରେ ଲେଖିଛନ୍ତି – ସାର୍, ମୁଁ ଆଜି ଆପଣଙ୍କୁ ଲାଇଭ୍‌ ଦେଖିଛି । ଏହି ଟ୍ବିଟ୍‌କୁ କପିଲ ଶର୍ମା ରିଟ୍ୱିଟ କରି ଲେଖିଛନ୍ତି – କାହାକୁ କହିବେ ନାହିଁ । କହିବାକୁ ଗଲେ କପିଲ ପୂର୍ବରୁ ନିଜେ ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି ।

ନିକଟରେ କପିଲ ଶର୍ମା ଏବଂ ନନ୍ଦିତା ଦାସ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହାର ଏକ ଫଟୋ କପିଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବାବେଳେ କ୍ୟାପସନ୍‌ରେ ଲେଖିଛନ୍ତି – ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles