Advertisements
Saturday, July 4, 2020
Home Farmer Issue ଆଜି ନବନିର୍ମାଣ କୃଷକ ସଂଗଠନ ର ୧୨ଘଂଟିଆ ବନ୍ଦ ପାଳନ, ଅନେକ ଚାଷୀ ଗିରଫ

ଆଜି ନବନିର୍ମାଣ କୃଷକ ସଂଗଠନ ର ୧୨ଘଂଟିଆ ବନ୍ଦ ପାଳନ, ଅନେକ ଚାଷୀ ଗିରଫ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪): ପ୍ରାଇସ୍, ପ୍ରେଷ୍ଟିଜ୍ ,ପେନ୍ସନ୍ ଦାବି ଓ ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି | ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ କରି ରାସ୍ତାରେ ଯାହାକିଛି ସ୍ୱଳ୍ପ ଯାନବାହନ ଚଳାଚଳ କରୁଛି ତାହାକୁ ଅଟକାଉଛନ୍ତି । ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍, ଟ୍ରକ୍, କାର୍ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମ ଚଳାଚଳ କରୁନାହିଁ । ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେହିପରି ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ସଂଗଠନର ସଦସ୍ୟମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି। ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହ ଯୋଗ ଦେଇଛି।ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ ରାସ୍ତାକୁ ଓହ୍ଲାଇଛୁ। ପୂର୍ବରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଇଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ଛଡ଼ାଇ ନେଇଛନ୍ତି ସରକାର। ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଧାନ ଏମ୍ଏସ୍ପି ୨୯୩୦ ଟଙ୍କାକୁ ବଢ଼ାଇବା ଓ ଚାଷୀଙ୍କୁ ପେନସନ ପାଇଁ ଅର୍ଥ ବରାଦ ଦାବି କରିବାକୁ ସଂଗଠନ ଦାବି କରି ଏହି ବନ୍ଦ ଡାକରା ଦେଇଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: