Friday, March 29, 2024

Top 5 This Week

Related Posts

ଧାର୍ଯ୍ୟ ହେଲା ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ଉତ୍ତର ପ୍ରଦେଶ, (୧୯/୦୩) : ଧାର୍ଯ୍ୟ ହେଲା ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ର ଶପଥ ଗ୍ରହଣ ମାର୍ଚ୍ଚ ୨୫ ତାରିଖରେ ହେବ ।

ଏଥିରେ ମହିଳା ଓ ଯୁବବର୍ଗଙ୍କ ଯଥେଷ୍ଟ ଭାଗିଦାରୀ ରହିବ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୂଚନାରୁ ଜଣା ପଡିଛି । ଧାର୍ଯ୍ୟ ହେଲା ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ । ଶପଥ ଗ୍ରହଣ ଉତ୍ସବକୁ ସ୍ମରଣୀୟ କରି ରଖିବାକୁ ରାଜଧାନୀ ସ୍ଥିତ ଅଟଳବିହାରୀ ବାଜପେୟୀ ଇକାନା ଷ୍ଟାଡିୟମ୍ ଆୟୋଜନ କରାଯିବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ୍ ଶାହା, ଅନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ନେତା ସାମିଲ ରହିବେ ।

ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ର ଦିବଙ୍ଗତ ନେତା ତଥା ସମାଜବାଦୀ ପାର୍ଟି ର ମୁଖ୍ୟ ମୁଲାୟମ ସିଂହ ଯାଦବ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ର ମୁଖ୍ୟ ମାୟାବତୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ରହିବାର ସୂଚନା ରହିଛି । ସୂଚନା ମୁତାବକ, ଏହି ସମାରୋହରେ ପାଖାପାଖି ୪୫ ହଜାର ଲୋକ ସାମିଲ ହେବେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles