Thursday, March 28, 2024

Top 5 This Week

Related Posts

ୟୁକ୍ରେନ ପ୍ରସଙ୍ଗରେ ଜିନପିଙ୍ଗଙ୍କ ସହ କଥା ହେଲେ ବାଇଡେନ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ନୂଆଦିଲ୍ଲୀ, (୧୯/୦୩) : ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ତେବେ ଏହି ଯୁଦ୍ଧରେ ଚୀନ ଋଷକୁ ସମର୍ଥନ କରି ନଥିବା ଜିନପିଙ୍ଗ୍ କହିଛନ୍ତି ।

ତେବେ ୟୁକ୍ରେନ ପ୍ରସଙ୍ଗରେ ଯଦି ଚୀନ ୟୁକ୍ରେନ ଆକ୍ରମଣ ପାଇଁ ଋଷକୁ ସମର୍ଥନ କରେ ତେବେ ପରିଣତି ଭୟଙ୍କର ହେବ ବୋଲି ବାଇଡେନ୍ ଚେତାବନୀ ଦେଇଛନ୍ତି । ଉଭୟ ନେତା ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଛନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଉଭୟ ନେତା ୟୁକ୍ରେନ ଉପରେ ବେଆଇନ ଭାବେ ଆକ୍ରମଣ ବାବଦରେ ଆଲୋଚନା କରିଥିଲେ । ଏହାସହ ଅନ୍ତରାଷ୍ଟ୍ରୀୟ ସଙ୍କଟ ଉପରେ ଉଭୟ ଆଲୋଚନା କରିଥିଲେ । କଥାବାର୍ତ୍ତା ବେଳେ ବାଇଡେନ ଋଷ ର ଜୈବିକ ଅସ୍ତ୍ର ବ୍ୟବହାରକୁ ବିରୋଧ କରିଥିଲେ । ଏହା ଚୀନ ସହ ସାରା ବିଶ୍ୱ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବାଇଡେନ୍ କହିଥିଲେ ।

ହ୍ୱାଇଟ୍ ହାଉସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଚୀନ ୟୁକ୍ରେନ ସଙ୍କଟ ସମାଧାନ ଦିଗରେ କାମ କରୁ ବୋଲି ଆମେରିକା ଚାହୁଁଛି । ଆମେରିକାର ରଣନୀତି, ନାଟୋ ଉପରେ ଉଭୟ ଦେଶ ଚର୍ଚ୍ଚା କରିଥିଲେ । ତେବେ ଏହି ଆଲୋଚନାରେ ଚୀନ ତାଇଓ୍ୱାନ ପ୍ରସଙ୍କ ଉଠାଇଥିଲା । ତେବେ ଚୀନ ତାଇଓ୍ୱାନରେ ଶାନ୍ତି ଓ ସ୍ଥିରତା ରଖିବାକୁ ଜୋର ଦେବା ଦରକାର ବୋଲି ବାଇଡେନ୍ ଜିନପିଙ୍ଗଙ୍କୁ କହିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles