Advertisements
Sunday, July 5, 2020
Home headline ବିଜେଡିର ଜିଲ୍ଲା ତେଲୁଗୁ ସାମୁଖ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେଡିର ଜିଲ୍ଲା ତେଲୁଗୁ ସାମୁଖ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ): ନବରଙ୍ଗପୁର ସହର ସ୍ଥିତ ଆର ସି ଡି ହାଇ ସ୍କୁଲ ପଡିଆ ଠାରେ ବିଜେଡି ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ସହ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ସାଂସଦ ଝିନ ହିକକା, ଉମରକୋଟ ବିଧାୟକ ସୁବାଷ ଗଣ୍ଡ ଓ ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ ପ୍ରମୁଖ ମଞ୍ଚ।ସିନ ଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କର ଭୋଟ ହାତେଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି କାର୍ଯ୍ୟକ୍ରମରେ ତେଲୁଗୁ ସିନେମାର ହାସ୍ୟ କଳାକାର ବେଣୁ ମାଧବ ଉପସ୍ଥିତ ରହି ସମସ୍ତଙ୍କର ମନୋରଞ୍ଜନ କରିଥିବା ବେଳେ ବିଶାଖାପାଟଣାର ବହୁ କଳାକାର ମାନେ ମେଲୋଡି ମାଧ୍ୟମରେ ସଙ୍ଗୀତ ପରିବେଷଣ କରି ଜନସାଧରଣଙ୍କୁ ମନମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତେଲୁଗୁ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏନ. ମୋହନ ରାଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀନିବାସ ରାଓ ସମେତ ବହୁ ସଂଖ୍ୟକ କର୍ମୀମାନେ ସହଯୋଗ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: