Friday, March 29, 2024

Top 5 This Week

Related Posts

ବର୍ଣ୍ଣିଳ ସଂସ୍କୃତି ର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଦୋଳ ମହୋତ୍ସବ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧୮/୩) : ରଂଗ ଓ ଅବିର ର ପର୍ବ ଫଗୁଣ ପୂର୍ଣ୍ଣିମାରେ ବର୍ଣ୍ଣିଳ ସଂସ୍କୃତି ର ମାଟି ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି ।

ବର୍ଣ୍ଣିଳ ସଂସ୍କୃତି ର ମାଟି ସୁବର୍ଣ୍ଣପୁର ଜିଲ୍ଲା ର ଅନେକ ସ୍ଥାନରେ ତ୍ରିଦିବସୀୟ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବୈଷ୍ଣବୀୟ ମଠ ଓ ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ପାରମ୍ପରିକ ଦୋଳପର୍ବରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବାକୁ ମିଳିଛି । ବିଶେଷ କରି, ପାତାଳି ଶ୍ରୀକ୍ଷେତ୍ର, ବଡଖମାର ଗାଁ ର ଶ୍ୟାମ ସୁନ୍ଦର କୁଞ କୁଟିର, ଚନ୍ଦ୍ରମଣି ଦାସ ମଠ ସମେତ ଶ୍ରୀଗୋପାଳଜୀ ମଠ ପରି ଦେବସ୍ଥଳିରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସବୁ ପୂଜା ପାଉଛନ୍ତି ।

ଏହି ଅବସରରେ ଜିଲ୍ଲା ର ବୀରମହାରାଜପୁର ଠାରେ ପ୍ରସିଦ୍ଧ ଦୋଳଯାତ୍ରା ଚାଲିଥିବା ବେଳେ ହରିହର ଭେଟ ପାଇଁ ମେଳଣ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେଉଁ ରାଜାରାଜୁଡା ଅମଳରୁ ଚାଲିଆସିଥିବା ସୁବର୍ଣ୍ଣପୁର ର ବଡ଼ ଗୋପାଳଜୀ ମନ୍ଦିର ରେ ଆଜି ଦୋଳ ଉତ୍ସବ ପାଇଁ ଅନେକ ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ଛିନଛାନ ଡୁଂଗୁରୀ, ଟିକିରିପଡା ଓ ଅନେକ ସ୍ଥାନରେ ଅଷ୍ଟପ୍ରହରୀ ନାମଯଜ୍ଞ ମାନ ଆୟୋଜିତ ହୋଇଛି ।

ଦୋଳ ପୂର୍ଣ୍ଣିମା ପୂର୍ବରୁ ଗତକାଲି ରାତି କାଦୋଦରର ଉମାଦେବୀ ପୀଠ ସହ ଜିଲ୍ଲାର ସବୁ ଗାଁରେ “ହୁଲ୍-ପୁଡା ପରବ୍” ଅନୁଷ୍ଠିତ ହୋଇ ଯାଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସୀମିତ ଥିବା ଏହି ସମସ୍ତ ପର୍ବ ଚଳିତ ବର୍ଷ ଟିକିଏ କୋହଳ ହେତୁ ଶ୍ରଦ୍ଧାଳୁ ଙ୍କ ଭିତରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles