Advertisements
Saturday, July 4, 2020
Home Government News ତୁଷୁରା ସହର ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ, ଟ୍ରାଫିକ ନିୟନ୍ତ୍ରଣ କିଛି ନାହିଁ

ତୁଷୁରା ସହର ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ, ଟ୍ରାଫିକ ନିୟନ୍ତ୍ରଣ କିଛି ନାହିଁ

ତୁଷୁରା, ବଲାଙ୍ଗୀର (ଡିଙ୍ଗର କିଶୋର ସାହୁ): ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ୧୦୦ମିଟର ରାସ୍ତା ଅତିକ୍ରମ କରିବାକୁ ନିତିଦିନ ଲାଗୁଛି ପାଖାପାଖି ଘଣ୍ଟାଏ ସମୟ ।

ଦେଖିବାକୁ ଗଲେ ତୁଷୁରାରେ ସମ୍ପୂର୍ଣ ସଂକୀର୍ଣ୍ଣ ରାସ୍ତା ଥିବାବେଳେ ରାସ୍ତାରେ ବାଲି, ଗୋଡି ରଖି ନିର୍ମାଣ କାର୍ଯ୍ୟ, ତଥା ସହର ମଝିରେ ପୋଲ ନିର୍ମାଣ ପାଇଁ ରାସ୍ତା ବନ୍ଦ ଆଦି ଯୋଗୁଁ ଗୋଟେ ପଟେ ରାସ୍ତା ଭିଡ ପରିଲକ୍ଷିତ ହେଉଥିବାବେଳେ ଦିନ ଦୀପହରେ ସହର ମଝିରେ ଭାରୀ ଟ୍ରକ ଚଳାଚଳ ଭିଡ଼କୁ ବହୁଗୁଣିତ କରିପକାଉଛି । ଏତେ ଭିଡ଼ ପରିଲକ୍ଷିତ ହେଉଥିଲେ ମଧ୍ୟ କେହି ଜଣେ ହେଲେ ପୋଲିସ କର୍ମୀ ଦେଖିବାକୁ ମିଳୁ ନ ଥିବାର ଜଣା ପଡିଛି | ତେବେ ଏନଏସି ମାନ୍ୟତା ପାଇଥିବା ତୁଷୁରାର ହାଲ ଯଦି ଏପରି ତେବେ ବଡ଼ବଡ଼ ସହର ଗୁଡିକର ଅବସ୍ଥା କିପରି ଥିବ ତାହା ସହଜରେ ଅନୁମେୟ । ମୋଟାମୋଟି ଭାବେ କହିବାକୁ ଗଲେ ତୁଷୁରା ଦେଇ ଗମନାଗମନ ଗୋଟେ ପ୍ରକାର ଦୁର୍ବିସହ ହୋଇପଡୁଛି ବୋଲି ସାଧାରଣ ଲୋକେ କହୁଛନ୍ତି | ରୋଡ଼ ରାସ୍ତା ଯାହା ହେଲେ ବି ରାଜନୈତିକ ଦୃଷ୍ଟିରୁ ନେତାଙ୍କ ଆଖି ପଡୁ ନ ଥିବାରୁ ରାସ୍ତା ଅବସ୍ଥା ଓ ସ୍ଥାନୀୟ ପୋଲିସର ଅପାରଗତା ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: