ଭାରତକୁ ଜବାବ ଦେବାକୁ ଚାହୁଁଥିଲା ପାକିସ୍ତାନ ! ହେଲେ ଅଧାବାଟରେ ବାଟହୁଡିଲା ମିସାଇଲ୍

0
141
ଭାରତକୁ ଜବାବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ନୂଆଦିଲ୍ଲୀ, (୧୮/୦୩) : ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣା ର ଭାରତକୁ ଜବାବ ଦେବାକୁ ଚେଷ୍ଟା କରୁଥିଲା ପାକିସ୍ତାନ ।

 

ପାକିସ୍ତାନ ସିନ୍ଧ ର ଜମସୋରୋ ଆକାଶରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ପାଖାପାଖି ୧୨ଟା ସମୟରେ ଆକାଶରେ ଏକ ରକେଟ୍ ପରି ଧୂଆଁ ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଏକ ମିସାଇଲ ଥିଲା । ଏହାକୁ ପାକିସ୍ତାନ ଦ୍ୱାରା ସିନ୍ଧ ଇଲାକାରେ ପରୀକ୍ଷଣ କରାଯାଉଥିଲା । ଭାରତକୁ ଜବାବ ଦେବାକୁ ଚାହୁଁଥିଲା ପାକିସ୍ତାନ !

ପରୀକ୍ଷଣ ପାଇଁ ଦିନ ୧୧ ଟା ସମୟ ଧାର୍ଯ୍ୟ କରାଯାଇଥିଲେ ବି ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚରରେ ସମସ୍ୟା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ପରେ ୧୨ ଟା ସମୟରେ ପରୀକ୍ଷଣ କରାଯାଇଥିଲା । ହେଲେ ଟେଷ୍ଟିଂ ହେବାର କିଛି ସେକେଣ୍ଡ ପରେ ମିସାଇଲ ଆକା ମାର୍ଗରେ ବାଟ ହୁଡିଯାଇଥିଲା । ଅଧବାଟରେ ଫୁସୁକିଯାଇଥିଲା ଏହି ମିସାଇଲ ।

ଏହି ଘଟଣାକୁ ପାକିସ୍ତାନ ର ସମସ୍ତ ଗଣମାଧ୍ୟମ କଭର କରିଥିଲେ ବି ସମସ୍ତ ମନ୍ତ୍ରୀ, ଅଧିକାରୀ ତଥା ଖୋଦ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନୀରବ ରହିଥିଲେ । ବରଂ ଏହି କଥାକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ ପ୍ରତିରକ୍ଷା ଅଧିକାରୀ । ଏକ ନିୟମିତ ମୋର୍ଟାର ଟ୍ରେସର୍ ରାଉଣ୍ଡ ଥିଲା । ଏହାକୁ ନିକଟବର୍ତ୍ତୀ ସୀମାରୁ ବାହାର କରାଯାଉଥିଲା ବୋଲି ଅଧିକାରୀ କହିଛନ୍ତି ।