Advertisements
Saturday, July 4, 2020
Home Children Issue ପୁଣି ଲଜ୍ଜା - ନବରଙ୍ଗପୁରରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପୁଣି ଲଜ୍ଜା – ନବରଙ୍ଗପୁରରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ନବରଙ୍ଗପୁରରେ ଲଜ୍ଜା । ସତର ବର୍ଷୀୟ ଜଣେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରୀ ହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ପୂର୍ଲ। ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ଦଶମ ଶ୍ରେଣୀ ର ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ନିଜକୁ ସୁରକ୍ଷା ଦେବା ପାଇଁ ସେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛି ।

ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ପୂର୍ଲ। ଗ୍ରାମର କିନ୍ତୁ ସେ ତେନ୍ତୁଳିଖୁଣ୍ଟି ବ୍ଲକ ବିଜରାଗୁଡ଼ା ଆଶ୍ରମ ସ୍କୁଲ ରେ ପାଠ ପଢୁଥିଲା । ଜିଲ୍ଲାର ଡାବୁଗାଁ ବ୍ଲକ ବରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଢା ଗ୍ରାମର ଲକ୍ଷ୍ମଣ ଭତ୍ରା ୨୦୧୭ ମସିହା ମେ ମାସରେ ସେ ସ୍କୁଲ ରୁ ଘରକୁ ଫେରିବା ସମୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ଧମକ ଚମକ ଦେଇ ତା ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାସହ ଦଣ୍ଡସରି ଗ୍ରାମପାଖ ରବଣାଗୁଡା ଠାରେ ସେ ନିଜ ମାଉସୀ ଘରେ ରହିବା ସମୟରେ ସେଠାକୁ ଆସି ତାକୁ ଜୋର ଜବରଦସ୍ତ ଡାକି ନେଇ ଲକ୍ଷ୍ମଣ ନିଜ ଘର ପଛପଟେ ବାରମ୍ବାର ଧର୍ଷଣ କରୁଥିଲେ । କିଛି ଦିନ ପରେ ତା ସ୍ୱାସ୍ଥ୍ୟ ଖରାପ ହେବାରୁ ତା ମା ତାକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ସେ ଚାରି ମାସର ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ସାମାଜିକ ଲଜ୍ଜାକୁ ଭୟ କରି ସେ ଜୀବନ ଅତିବାହିତ କରୁଥିବା ପରେ ଆପୋଷ ବୁଝାବଣା ମାଧ୍ୟମରେ ସମାଧାନର ବାଟ ବାହାର କରିବା ପାଇଁ ଲକ୍ଷ୍ମଣକୁ ଝିଅ ଘରକୁ ଡାକିବା ପରେ ସେ ନ ଆସିବାରୁ ଝିଅ ପରିବାର ବାଧ୍ୟ ହୋଇ ଲକ୍ଷ୍ମଣ ଘରକୁ ଯାଇ ବୁଝାସୁଝା କରିବା ପରେ ଆଇନ ଭୟରେ ଝିଅକୁ ତାଙ୍କ ଘରେ ରଖିବାକୁ ପୁଅ ଘର ରାଜି ହୋଇଥିଲେ ।

କିନ୍ତୁ ପରବର୍ତୀ ସମୟରେ ଶାରୀରିକ ନିର୍ଯ୍ୟାତନା ଦେବା ଫଳରେ ସେ ବାଧ୍ୟ ହୋଇ ନିଜ ବାପା ଘରକୁ ଚାଲି ଆସିଥିଲେ । ତେଣୁ ନିଜକୁ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ମା’ ଘରର ନବରଙ୍ଗପୁର ଶାଖାର ଅଧ୍ୟକ୍ଷାଙ୍କ ସହ ଆଜି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ କରି ନିଜ ପାଇଁ ନ୍ୟାୟ ଭିକ୍ଷା କରିଥିବା ଗର୍ଭବତୀ ନାବାଳିକା ଜଣକ ପ୍ରକାଶ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: