ହଳଦୀ ପଶାୟତ ପଡାଠାରେ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଶାୟତ ପଡାଠାରେ ୧୩/୨ ରୁ ୨୦/୨ ପ୍ରାୟ ସପ୍ତାହେ ଧରି ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି |

ଗତ ୧୨ତାରିଖ ମଙ୍ଗଳବାର ଅଧିବାସ ଓ କଳସ ଯାତ୍ରା | ୧୩ତାରିଖ ରୁ ୧୯ତାରିଖ, ବୁଧବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପାରାୟଣ ଓ ପ୍ରବଚନ ୨୦ତାରିଖ ବୁଧବାର ପୂର୍ଣ୍ଣାହୁତି, ନଗର ସଂକିର୍ତନ ଓ ପ୍ରସାଦ ସେବନ ହେବା ସହ ସହ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରବଚନକୁ ଉପଭୋଗ କରୁଥିଲେ | ସପ୍ତାହେ ଧରି ଚାଲିଥିବା ପ୍ରବେଶ ଅତ୍ୟନ୍ତ ଚିତାକର୍ଷକ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା | କର୍ତ୍ତା ଅକ୍ଷୟ ପଶାୟତ ଧର୍ମପତ୍ନୀ ପଦ୍ମା ପଶାୟତ, ପୂଜକ ପ୍ରବୀଣ କୁମାର ଦାସ, ପାରାୟଣ ବ୍ୟାସ ଜୟଦେବ ଯୋଶୀ ଓ ତାଙ୍କ ସାଥି, କଥା ବ୍ୟାସ ମନୋରଞ୍ଜନ ବାଗ ଓ ତାଙ୍କ ସାଥି, ସଭାପତି ଘନଶ୍ୟାମ ପଶାୟତ, ସମ୍ପାଦକ କନ୍ଦର୍ପ ପଶାୟତ, କୋଷାଧକ୍ଷ ଉପେନ୍ଦ୍ର ପଧାନ ସହଯୋଗ କରିଥିଲେ | ଦିଲୀପ ପଶାୟତ, ଘନଶ୍ୟାମ ଷଣଙ୍ଗି, କୈବଲ୍ୟ ପଶାୟତ, ପିଙ୍କୁ ପଶାୟତ, ରୁନା ପଶାୟତ, ଋତୁ ପଶାୟତ, ସନ୍ତୋଷ ଭୋଇ, ପ୍ରମୋଦ ପଶାୟତ, ମୁଖ୍ୟ ପଶାୟତ, ବଣ୍ଟି ପଶାୟତ, ହୃଷିକେଶ ଭୋଇ, ପବନ ପଶାୟତ, ଅଲେଖ ପଶାୟତ, ଯଶୋବନ୍ତ ଭୋଇ, ଶ୍ରୀରାମ ପଶାୟତ, ଜ୍ୟୋତି ପଶାୟତ, ନରହରି ପଶାୟତ, ଘାସିରାମ ପଶାୟତ, କାହ୍ନ| ପଶାୟତ ଓ ସମସ୍ତ ଗ୍ରାମବାସିବୃନ୍ଦ ସହଜୋଗ କରିଥିଲେ |

Comments are closed.