Thursday, March 28, 2024

Top 5 This Week

Related Posts

ଭାଲେରି ରେ ଦୋଳ ଯାତ୍ରା

5d258eef 0054 4913 aaa7 b1b7d819e6e5 ଭାଲେରି ରେ ଦୋଳ ଯାତ୍ରାରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୩) : ଗଜପତି ଜିଲ୍ଲା ସୀମାନ୍ତ ଗୁଣୁପୁର ଉପଖଣ୍ଡ ଗୁଣୁପୁର ଠାରୁ ୧୨ କିମି ଦୂର ଭଳେରି ଯାହାକି ବାଗାସଲା ପଞ୍ଚାୟତ ରେ ଭାଲେରି ଅବସ୍ଥିତ ।

ଏହି ଭାଲେରି ଠାରେ ପ୍ରାଚୀନ ଗୋପୀନାଥ ମନ୍ଦିର ରହିଛି । ଏହି ମନ୍ଦିର ଜୟପୁର ର ରାଜା ଙ୍କ ଅମଳ ରେ ରାଜାଙ୍କ ସ୍ୱପ୍ନାଦେଶ ହେବା ଫଳରେ ସେ ବଂଶଧାରା ନଦୀରେ ଭାସି ଆସିଥିବା ଏକ ଦା ରୁ କୁ ଉଠାଇ ଗୋପୀନାଥ ଓ ରାଧାରାଣୀ ମୂର୍ତ୍ତି ତିଆରି କରି ପ୍ରତିଷ୍ଠା କରି ଏକ ଝିଙ୍କର ଘର୍ ରେ ପୂଜା ପାଉଥିଲେ । ପ୍ରତ୍ୟେକ ବର୍ଷ ଏଠାରେ ଝୁଲଣ, ଦୋଳ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ମହାରାଜା ଏହି ମନ୍ଦିର ପାଇଁ ପଦ୍ମପୁର ପାଖରେ ଥିବା ଯାତିଲି ଠାରେ ଜମି ଖଞ୍ଜିଥିଲେ ସୁଦ୍ଧା ବର୍ତ୍ତମାନ ଇଞ୍ଚ ଟିଏ ଜମି ନାହିଁ । ଗାଁ ଲୋକେ ମନ୍ଦିର ପୁନଃ ନିର୍ମାଣ କରି ପୂଜା କରୁଛନ୍ତି । ଏହା ୧୫୭୦ ମସିହା ର କଥା ଅଟେ ।

ଏଣୁ ଦେବୋତ୍ତର ବିଭାଗ ଏହାର ରକ୍ଷଣ । ବେଖ୍ୟେନ କରିବା ଆବଶ୍ୟକ ହୋଇ ପଡ଼ିଛି । ଏହି ଭଲେରି ଗ୍ରାମ ର ବିଶେଷତା ଏହି କି ପ୍ରତ୍ୟେକ ଜୁନ ମାସରେ ସୁଦୂର ସାଇବେରିଆ ଅଞ୍ଚଳ ରୁ ଗୋଟିଏ ଦୁଇଟି ଦଳ ପହଞ୍ଚନ୍ତି । ଏଠାରେ ୬ ମାସ ଏକ ତେନ୍ତୁଳି ଗଛରେ ଆଶ୍ରୟ ନେଇଥାନ୍ତି । ଜୟପୁର ମହାରାଜା ଏହି ମନ୍ଦିର କୁ ୩ ଟି ତାମ୍ର ପଟ୍ଟା ଦେଇଥିବା ଜଣାଯାଏ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles