Related Contents

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ବରୀ ପ୍ରେସ କ୍ଳବ

ବରୀ (ସତ୍ୟଜିତ ବାରିକ): ଜମ୍ମୁ-କାଶ୍ମୀରର ପୁଲଓା୍ୱମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସୋମବାର ସଂନ୍ଧ୍ୟାରେ ବରୀ ବଜାର ଶକ୍ତି ପୀଠ ପରିସରରେ ବରୀ ପ୍ରେସ୍ କ୍ଲବ ପକ୍ଷରୁ ଦୁଇ ମିନିଟ ର ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ଖବରଦାତା ଅନିରୁଦ୍ଧ ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ପରେ ଖବରଦାତାମାନଙ୍କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ର କରାଯାଇଥିଲା । ଏଥିରେ ଖବରଦାତା ବଞ୍ଛାନିଧି ସାହୁ,ପ୍ରତାପ ଦାସ, ହିମାଂଶୁ ଶେଖର ଦାଶ,ପ୍ରଭାସ ଚନ୍ଦ୍ର ପରିଡା, ମହେନ୍ଦ୍ର ସ୍ୱାଇଁ,ବ୍ରଜ କିଶୋର ଜେନା,ସ୍ନେହାଶୁଂ ଶେଖର ମହାନ୍ତି,ସୁରେଶ ଚନ୍ଦ୍ର କର, ଦର୍ଶନ ବେହେରା,ପ୍ରଦିପ ମହାରଣା, ଅମିତ କୁମାର ଦାସ, ସ୍ମରଜିତ ମହାନ୍ତି, ସମିର ଦାସ, ଅଶୋକ କୁମାର ସାହୁ, ସତ୍ୟଜିତ ବାରିକ,ଗଙ୍ଗାଧାର ରାଉତ, ଅପୃର୍ବ ସାହୁ, ପ୍ରମୁଖ ସହ ବରୀ ବଜାର ର କିଛି ବ୍ୟବସାୟୀ ମଧ୍ୟସାମିଲ ହୋଇଥିଲେ।

Comments are closed.