ବିନିକା ଏନ୍‌ ଏ ସି ରେ ମନ୍ତ୍ରୀ ପଦ୍ମନାଭ ଙ୍କ ଜୋରଦାର ପ୍ରଚାର

0
178
ବିନିକା ଏନ୍‌ ଏ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, ସୁବର୍ଣ୍ଣପୁର, (୧୭/୩) : ବିନିକା ଏନ୍‌ ଏ ସି ନିର୍ବାଚନ ପାଇଁ ମଙ୍ଗଳବାର ଵିରମାହାରାଜପୁର ବିଧାୟିକା ତଥା ମନ୍ତ୍ରୀ ପଦ୍ମନାଭ ବେହେରା ବିଜେଡି ପ୍ରାର୍ଥୀ ମାନଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ।

ବିନିକା ଏନ୍‌ ଏ ସି କୁ ବିଭିନ୍ନ ନିର୍ବାଚନରେ ବିଜେଡି ଦଖଲ କରିଥିଲା । ଚଳିତ ନିର୍ବାଚନ ରେ ମଧ୍ୟ ବିଜେଡି ଦଖଲ କରିବାକୁ ଉଦ୍ୟମ କରୁଛି । ମନ୍ତ୍ରୀ ପଦ୍ମନାଭ ଘରକୁ ଘର ଯାଇ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଜନ ହିତକର ଯୋଜନା ଉପରେ ଭୋଟରଙ୍କୁ ସଚେତନତା କରି ବିଜେଡି ର ଅଧ୍ୟକ୍ଷ ପ୍ରାର୍ଥୀ ସୁବାଷ ଚନ୍ଦ୍ର ଭୋଇ ଓ ବିଜେଡି ଦଳରୁ ବିଭିନ୍ନ ୱାର୍ଡରୁ ପ୍ରତିଦ୍ୱନ୍ଦିତା କରୁଥିବା କାଉନସିଲର ମାନଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ବିନିକା ଏନଏସି ଜନସାଧାରଣଙ୍କ ସହଯୋଗରେ ବିଜେଡି ଦଳ ପ୍ରାର୍ଥୀ ମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା କୁ ମନ୍ତ୍ରୀ ବେହେରା ଜନସାଧାରଣ ଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମନୋରଞ୍ଜନ ମିଶ୍ର, ସୋମନାଥ ମିଶ୍ର, ହଲାୟୁଧ ମିଶ୍ର, ପୀତବାସ ମେହେର, ହାଡୁ ମେହେର ଓ ଦଲୀୟ କର୍ମୀମାନେ ଉପସ୍ଥିତ ଥିଲେ ।