Advertisements
Monday, July 13, 2020
Home Death Case ପୋଖରୀରେ ବୁଡି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ପୋଖରୀରେ ବୁଡି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାୟଗଡା ଜିଲ୍ଲାରେ । ମୃତକ ହେଲେ ଆରେଶ ହିମିରିକା(୭) ଓ ସୁନିଲ ହିମିରିକା(୭)। ଘଟଣାଟି ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକୋଣା ଗ୍ରାମରେ ।

ଏ ନେଇ ମିଳିଥିବା ସୂଚନା ପ୍ରକାରେ ଗତକାଲି ଅପରାହ୍ନ ୪ଟା ପରେ ମାଟିକାେଣା ବିଦ୍ୟାଳୟରୁ ଘରକୁ ଫେରିଥିଲେ ଗ୍ରାମର କାମସେ ରାଓ ହିମିରିକାଙ୍କ ପୁଅ ଆରେଶ ହିମିରିକା ଓ ସୁରୁ ହିମିରିକାଙ୍କ ପୁଅ ସୁନୀଲ । ଦୁହେଁ ତୃତୀୟ ଶ୍ରେଣୀର ଛାତ୍ର ବାେଲି ଜଣାପଡିଛି । ଖେଳବାକୁ ଯାଉଛି କହି ଆଉ ଫେରି ନ ଥିଲେ ଆରେଶ ଓ ସୁନୀଲ । ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ପିଲାମାନେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖୋଜିଲା ପରେ ମଧ୍ୟ ୨ପିଲାଙ୍କୁ ପାଇ ନଥିଲେ । ଆଜି ଭୋର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଥିବା ବେଳେ ଗ୍ରାମଠାରୁ ମାତ୍ର ୨କିଲାେମିଟର ଦୂରରେ ଥିବା ବନ୍ଧ ତୁଠରେ ଆରେଶ ଓ ସୁନୀଲର ଡ୍ରେସ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ବନ୍ଧ ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚାନ୍ଦିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

Recent Comments

%d bloggers like this: