Friday, March 29, 2024

Top 5 This Week

Related Posts

ରାଇରଙ୍ଗପୁରରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚକ୍ଷୁ ପରୀକ୍ଷା ଶିବିର

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୧୮/୦୩) : ରାଇରଙ୍ଗପୁରରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା, ରଙ୍ଗାମାଟିଆ ଚକ୍ଷୁ ଚିକିତ୍ସାଳୟ ନିର୍ଦେଶକ ଡଃ ଆଦିତ୍ୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବୁଧବାର ଦିନ ଗାନ୍ଧୀ ଭିଜିଅନ ସେଣ୍ଟର ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରରେ ବାମନଘାଟୀ ଉପଖଣ୍ଡର ଶହେରୁ ଉର୍ଦ୍ଧ୍ୱ ଚକ୍ଷୁ ପିଡୀତ ରୋଗୀ ଚକ୍ଷୁ ପରୀକ୍ଷା କରିଥିଲେ । ତନ୍ମଧ୍ୟରୁ ୭୫ ଜଣ ମୋତିଆ ବିନ୍ଦୁ ଚକ୍ଷୁ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ଅନ୍ୟମାନେ ସାମାନ୍ୟ ଚକ୍ଷୁ ଆକ୍ରାନ୍ତ ଥିଲେ । ଆଜି ୧୮ ଜଣ ମୋତିଆ ବିନ୍ଦୁ ରୋଗୀଙ୍କୁ ରାସଗୋବିନ୍ଦପୁରସ୍ଥ ରାଇରଙ୍ଗପୁରରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ଆସନ୍ତାକାଲି ୩୦ ଜଣଙ୍କୁ ପଠାଯିବ ଏବଂ ପରେ ୨୭ ଜଣଙ୍କୁ ଚିକିତ୍ସା ପାଇଁ ପଠାଯିବ ବୋଲି ଚକ୍ଷୁ ଭିଜନ ଦାୟିତ୍ଵ ରେ ଥିବା ସଂଜୟ ମାଣିକ ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ରୋଗୀଙ୍କୁ ମାଗଣାରେ ନେବା ଆଣିବା, ରହିବା, ଖାଇବା ହସ୍ପିଟାଲ ବହନ କରୁଛି ।

ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବ ମହାନ୍ତ, ଅପଥୋମୋଲୋଜିଷ୍ଟ ସଂଜୟ ମାଣିକ, ଅପ୍ଥାଲମିକ ଆସିଷ୍ଟାଣ୍ଟ ରଂଜିତା ମହାନ୍ତି, ଏନଏମ ଅନୁପମା ମହାନ୍ତ, କେମ୍ପ ଅର୍ଗାନାଇଜର ଲକ୍ଷ୍ମଣ ମୁର୍ମୁ ପରିଚାଳନାରେ ସହଯୋଗ କରିଥିଲେ । ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ଉଦ୍ଦେଶ୍ୟ ହେଉଛି ସମାଜରୁ ଅନ୍ଧତ୍ୱ ଦୂରୀକରଣ ।

Popular Articles