Advertisements
Saturday, July 4, 2020
Home Death Case ଦିଗି ବୋମା ବିସ୍ପୋରଣ ଘଟଣା, ଗୁରୁତର ନାବାଳକ ମୃତ୍ୟୁ

ଦିଗି ବୋମା ବିସ୍ପୋରଣ ଘଟଣା, ଗୁରୁତର ନାବାଳକ ମୃତ୍ୟୁ

କୋଦଳା,ଗଞ୍ଜାମ (ଜଗନ କୁମାର ସେଠି): ଗତ ୧୯ତାରିଖ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ବୋମା ବିସ୍ପୋରଣ ହେଇଥିବା ନାବାଳକ ନାରାୟଣ ସେଠୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୁର୍ତ୍ୟୁ ହୋଇଛି |

ସେହି ଗ୍ରାମର ଦିବାକର ସେଠୀଙ୍କ ପୁଅ ନାରାୟଣ ସେଠୀ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ | ଅପରାହ୍ନ ୪.୦୦ ଘଣ୍ଟା ସମୟରେ ଗ୍ରାମରେ ଥିବା ଖଳା ମଧ୍ୟରେ ଖେଳୁଥିବା ବେଳେ ହଠାତ ବୋମା ବିସ୍ପୋରଣ ହୋଇଥିଲା | ଯାହାଦ୍ୱାରା ବାଳକଟି ଅଚେତ ହୋଇଯାଇଥିଲା | ଶବ୍ଦ ଶୁଣି ଗ୍ରାମର କେତେକ ବ୍ୟକ୍ତି ବିସ୍ପୋରଣ ହୋଇଥିବା ସ୍ଥାନରେ ରୁଣ୍ଡ ହୋଇଥିଲେ | ଗ୍ରାମର ଲୋକଙ୍କ ସହାୟତାରେ ଅଚେତ ଅବସ୍ଥାରେ ଥିବା ବାଳକକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିଥିଲେ | ସେଠାରୁ କଟକ ନେଉଥିବା ସମୟରେ ନାବାଳକର ମୃତ୍ୟୁ ହୋଇଛି | ଦିବାକର ସେଠୀଙ୍କ ଗୋଟିଏ ବୋଲି ପୁଅ ହେଇଥିବାରୁ ବାପା,ମା ଦୁଃଖ, ଯନ୍ତ୍ରଣା ସହ ଘର ସଂସାର ଉଜୁଡି ଯାଇଛି | ଲୋକଙ୍କ କହିବା ମୁତାବକ, ଗ୍ରାମକୁ କେମିତି ଓ କେଉଁଆଡ଼ୁ ଆସିଲା ବୋମା କିଏ ସେ ଅପରାଧୀ ଏହି ସବୁ କାଣ୍ଡ ଭିଆଇବାରେ ଲାଗିଛି l ଅପରାଧୀମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି | ଘଂଟଣା ସ୍ଥଳରେ କୋଦଳା ପୋଲିସ ଟିମ ପହଞ୍ଚି ତଦନ୍ତ ଜାରିରଖିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: