ଜବାବ ମାଗୁଛି ପଟାଙ୍ଗୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରକାରଙ୍କୁ ଟାର୍ଗେଟ

କୋରାପୁଟ (ସୌମ୍ୟରଂଜନ ସାହୁ): ପାଖେଇ ଆସୁଛି ନିର୍ବାଚନ । ଏବେ ଠାରୁ ଜନତାଙ୍କ ପ୍ରିୟ ପାତ୍ର ହେବାକୁ ଲାଗି ପଡିଲେଣି ନେତା । ଭୋଟ ହାତେଇବାକୁ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଖୁସ୍ କରିବାକୁ ଲାଗି ପଡିଛନ୍ତି । ଗତ କିଛି ଦିନ ହେଲାଣି ବିଭିନ୍ନ ଜିଲ୍ଲାରେ ସରକାରୀ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀ ହାତ ଖୋଲି ଦେଇଥିବା ବେଳେ ଏହାକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି(ମଙ୍ଗଳବାର) କୋରାପୁଟର ସିମିଳିଗୁଡା ଠାରେ ବିଜେପିର ‘ଜବାବ ମାଗୁଛି ପଟ୍ଟାଙ୍ଗି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେବାକୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କେନ୍ଦ୍ର ସରକାର କ୍ବିଣ୍ଟାଲ ଧାନ ପିଛା ସର୍ବନିମ୍ନ ମୂଲ୍ୟ ୧୭୫୦ ଟଙ୍କା ଦେଉଥିବା ବେଳେ ଧାନର ଉତ୍ପତ୍ତି ସ୍ଥଳୀ କୋରାପୁଟ ଜିଲ୍ଲାରେ ଚାଷୀ ୧୨୫୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି ।ସବୁ କଥାରେ ‘ଆପଣ ମାନେ ଖୁସିତ, ମୁଁ ଖୁସି’ ବୋଲି କହି ଚାଲିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀକୁଳର ଏହି ଦୟନୀୟ ଅବସ୍ଥାର ମୂଳ କାରଣ ହେବା ପରେବି ଖୁସିରେ ଅଛନ୍ତି କି ? ପ୍ରଶ୍ନ କରିଛନ୍ତି ଧମେନ୍ଦ୍ର ।ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଜମାରୁ ବି ଭୁଲି ନାହାନ୍ତି ଧର୍ମେନ୍ଦ୍ର । ଜିଲ୍ଲାର ଦୁଇଟି ପ୍ରମୁଖ ମହାବିଦ୍ୟାଳୟ କୋରାପୁଟର ସରକାରୀ ମହାବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଵ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକଙ୍କ ପଦବୀ ପୂରଣ ହୋଇନାହିଁ । ଡାକ୍ତରଖାନାରେ ଡାକ୍ତରଙ୍କ ଘୋର ଅଭାବ ଯୋଗୁଁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ କିପରି ଭାବେ ମଞ୍ଚରେ ଠିଆ ହୋଇ ଖୁସିଥିବା କଥା କହିପାରୁଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ କଟୁ ସମାଲୋଚନା କରିଥିଲେ ।ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ ଯୋଜନାର ତାଲିକା ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗଠନମୂଳକ କାର୍ଯ୍ୟକ୍ରମ ତାଙ୍କୁ ଓ ତାଙ୍କ ଅନୁଗାମୀଙ୍କୁ ଆସନ୍ତା ନିର୍ବାଚନରେ ପୁନର୍ବାର ନିର୍ବାଚିତ କରାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । କେନ୍ଦ୍ରର ସ୍ବାସ୍ଥ୍ୟ ଯୋଜନା ଓ କୃଷକଙ୍କ ପାଇଁ ଅଣାଯାଇଥିବା ଯୋଜନା ଗୁଡିକୁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଚାଲୁ କରିବା ପାଇଁ ଅନୁମତି ନଦେବା ଦ୍ବାରା ରାଜ୍ୟ ସରକାର ରାଜ୍ୟବାସୀଙ୍କ ପ୍ରତି ଚରମ ଅନ୍ୟାୟ କରିଛନ୍ତି ବୋଲି ସେ କହିଥିଲେ ।

Comments are closed.