Friday, March 29, 2024

Top 5 This Week

Related Posts

ଏକ ଟ୍ରକ୍ ର ତେଲ ଟାଙ୍କିରୁ ୨୦୦ ଲିଟର ଡିଜେଲ ଚୋରି

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡା
ରାଇରଙ୍ଗପୁର, (୧୮/୦୩) : ରାଇରଙ୍ଗପୁର ମୁଖ୍ୟ ଡାକଘର ଏଟିମ୍ ସାମନାରୁ ଏକ ଟ୍ରକ୍ ର ତେଲ ଟାଙ୍କିରୁ ଦୁର୍ବୁତ୍ତ ଲୋକ ୨୦୦ ଲିଟର ଡିଜେଲ ଚୋରି କରି ନେଇଛନ୍ତି l

ପରିକଳ୍ପନା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ମୁଖ୍ୟ ଡାକଘର ଏଟିମ୍ ସାମନା ତଥା ପାଖରେ ରାଇରଙ୍ଗପୁର ବାଳକ ଛାତ୍ରାବାସ ଥବା ବେଳେ ଏକ ଟ୍ରକ୍ ନଂ OD O2 AK 9223 ରୁ ଡ୍ରାଇଭର ଶୋଇଥିବା ଅବସ୍ଥାରେ ଗାଡିରୁ ୨୦୦ ଲିଟର ଡିଜେଲ କିଛି ଦୁର୍ବୁତ୍ତ ଲୋକ ପାଇପ ଲଗାଇ ଚୋରି କରି ନେଇଛନ୍ତି l ଡାବା ସାମନାରେ ଡ୍ରାଇଭର ମାନେ ଆରାମରେ ଶୋଉଥିଲେ l କିନ୍ତୁ ଏବେ ଡାବା ସାମନାରେ ଗାଡି ରହୁନାହିଁ l ତେଣୁ ଡାକଘର ଅବା ଥାନା ନିରାପଦ ସ୍ଥାନ ଭାବି ମୁଖ୍ୟ ଡାକଘର ସାମନା ରେ ରାତି ୧୦ ଟା ରୁ ୧୧ ଭିତରେ ଗାଡି ରଖି ମୋବାଇଲ ଦେଖୁ ଦେଖୁ ନିଦ ଲାଗିଗଲା l ଭୋର ୪ ଟା ବେଳକୁ ମୁହଁ ହାତ ଧୋଇ ଗାଡିକୁ ଚାଲୁ କରୁଥବା ସମୟରେ ଗାଡି ଚାଲିଲା ନାହିଁ l ତାପରେ ଗାଡିକୁ ଚେକ୍ ଚାକ୍ କରିଲାପରେ ଡିଜେଲଟାଙ୍କି ଭାଙ୍ଗି କିଛି ଅସମାଜିକ ଲୋକ ପାଇପ୍ ଲଗାଇ ଚୋରି କରି ନେଇଛନ୍ତି l ଏ ନେଇ ଥାନାରେ ଏତଲା ଦିଅ ଯାଇଥିଲା l ଥାନା ବାଲା ଆସି ତନାଘନା କରି ଯାଇଛନ୍ତି l ପୋଲିସ ବାବୁ ମାନେ ଘଟଣା ର ସତ୍ୟାସତ୍ୟ କୁ ଲୋକ ଲୋଚନକୁ ଆଣିବେ ବୋଲି ଜଣାଇଛନ୍ତି l

Popular Articles