ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

ଜୟପୁର(ସୌମ୍ୟରଂଜନ ସାହୁ): ଜୟପୁର ନିକଟସ୍ଥ ବିଲଟ ପେପର ମିଲରେ ଗତକାଲି ଏକ ଅଘଟଣ ଘଟିଛି ।

ଉଚ୍ଚ କ୍ଷମତା ସଂପ୍ରନ ବିଦ୍ୟୁତ ତାର ସଂସ୍ପର୍ଶ ଆସିବାରୁ ଜଣେ ଶ୍ରମିକଙ୍କ ମୁହଁ ଓ ହାତ ସମ୍ପୂର୍ଣ୍ଣ ପୋଡି ଯାଇଛି । ଗୁରୁତର ଶ୍ରମିକଙ୍କ ନାମ ହେଲା ପି. ରାଜେଶ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଜୟପୁର ସ୍ଥିତ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥାରେ ବିଶେଷ ସୁଧାର ନ ଆସିବାରୁ ପରବର୍ତୀ ସମୟରେ ବିଶାଖାପାଟଣା ନିଆଯାଇଥିବା ଖବର ମିଳିଛି ।

Comments are closed.