Related Contents

ବେନ୍ଦ୍ରା ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେଭଟା (ମାଧବ ସାହୁ): ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ପିଇଓ ସାଗର ସାହୁ ପରିଚାଳନା କରିଥିଲେ |

ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଭିକାରି ପଧାନ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ତରାଶ ସାହୁ, ଆଇସିଡିଏସ ସୁପରଭାଇଜର ଗୋଲାପୀ ନାଏକ, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ ସଭ୍ୟା ତଥା ବ୍ଲକ ଅଧିକାରୀ ଯୋଗ ଦେଇଥିଲେ | ପିଠା କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ଭତ୍ତା ସହ କମଳର ୩୦୦ଟଙ୍କା ଦିଆଯାଉଥିଲା | ପରେ ହରଭଂଗା କଳାକାର ଦ୍ୱାରା ଦାସକାଠିଆ ପରିବେଷଣ କରାଯାଇଥିଲା |

Comments are closed.