Related Contents

ସାଲେଭଟା ସମ୍ପୂର୍ଣ୍ଣ ବନ୍ଦ ସଫଳ

ସାଲେଭଟା(ମାଧବ ସାହୁ): ଗତ ୧୪ତାରିଖ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ ର ୪୦ଜଣ ଯବାନ ସହିଦ ଦେବାପରେ ଏବେ ସମଗ୍ର ଦେଶରେ କ୍ରୋଧ ଏବଂ ଉଦବେଗ ଦେଖିବାକୁ ମିଳିଛି |

ଏହି ସହିଦ ଯବାନଂକ ଆତ୍ମାର ଶାନ୍ତି ନିମନ୍ତେ ଆଗଲପୁର ବ୍ଲକ ତଥା ସାଲେଭଟା ଗ୍ରାମରେ ବସ ଷ୍ଟାଣ୍ଡ ରେ ଥିବା ଅନେକ ଦୋକାନ, ଚା ଦୋକାନ, ଜଳଖିଆ ଦୋକାନ ଆଦି ସମସ୍ତ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ଥିଲା | କେବଳ ଔଷଧ ଦୋକାନ ଖୋଲା ଥିବା ଦେଖାଯାଇଥିଲା |

Comments are closed.