Advertisements
Saturday, July 4, 2020
Home headline ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କମ୍ରାନ୍‌ ଓରଫ ଗାଜି ରଶିଦ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କମ୍ରାନ୍‌ ଓରଫ ଗାଜି ରଶିଦ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪): ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦର ଟପ୍‌ କମାଣ୍ଡର କମ୍ରାନ୍‌ ଓରଫ ଗାଜି ରଶିଦ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ।

ପୁଲୱାମା ହମ୍‌ଲା ସ୍ଥଳରୁ ୧୦ କିମି ଦୂର ପିଙ୍ଗଲାନାରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ କମରାନ ସହ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଏହି ଏନ୍‌କାଉଣ୍ଟର ପରେ ହିଁ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। କମ୍ରାନ୍‌ ହେଉଛି ଜୈଶର ଟପ୍‌ ଲିଡର୍ ଓ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାରର ଖାସ୍‌ ଲୋକ। ସେହିପରି ଅନ୍ୟତମ ନିହତ ଆତଙ୍କବାଦୀ ହିଲାଲ ଅହମ୍ମଦ ହେଉଛି କମ୍ରାନ୍‌ର ଘନିଷ୍ଠ ସହଯୋଗୀ । କମ୍ରାନ୍‌ ହେଉଛି ପାକିସ୍ତାନ ନାଗରିକ। କମ୍ରାନର ଇସାରାରେ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ହିଁ ଗୁରୁବାର ସିଆରପିଏଫ୍‌ କନଭୟ ଉପରେ ଆକ୍ରମଣ କରିଥିଲା ।

ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ହମ୍‌ଲା ପାଇଁ କମ୍ରାନ୍‌ ହିଁ ସବୁ ପ୍ରକାରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଆରଡିଏକ୍ସ ସହ କେଉଁ ସମୟରେ ଆକ୍ରମଣ କରାଯିବ, ତା’ର ମଧ୍ୟ ସମସ୍ତ ପ୍ରକାରର ଯୋଜନା କମ୍ରାନ୍‌ ହିଁ କରିଥିଲା । ସେ ୨୦୧୮ରେ ୩ ଜଣ ଅନ୍ୟ ପାକ୍ ଆତଙ୍କବାଦୀଙ୍କ ସହ ଭାରତରେ ଅନୁପ୍ରବେଶ କରିଥିବା କୁହାଯାଉଛି । ଗୁରୁବାର ଠାରୁ ହିଁ ସୁରକ୍ଷାକର୍ମୀମାନେ କମ୍ରାନ୍‌କୁ ଖୋଜୁଥିଲେ । ଗତକାଲି କମ୍ରାନ୍‌ ଓ ତା’ର ସହଯୋଗୀ ପିଙ୍ଗଲାନର ଏକ କୋଠାଘରେ ଲୁଚିଥିବା ଜଣାପଡ଼ିବା ପରେ ୫୫ ରାଷ୍ଟ୍ରୀୟ ରାଇଫଲ, ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବେ ମଧ୍ୟରାତ୍ରରୁ ‘ଅପରେଶନ କମ୍ରାନ୍‌’ ଆରମ୍ଭ ହୋଇଥିଲା। ଏହି ୧୨ ଘଣ୍ଟାର ଏନ୍‌କାଉଣ୍ଟରରେ ୪ ଜଣ ଯବାନ ସହିଦ ହୋଇଥିଲେ। ତେବେ ସୁରକ୍ଷାକର୍ମୀ କମ୍ରାନ୍‌ ଲୁଚିଥିବା ଘରକୁ ଉଡ଼ାଇ ଦେବା ପରେ ତା’ର ଓ ତା’ର ସହଯୋଗୀର ମୃତ୍ୟୁ ଘଟିଥିଲା।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

Recent Comments

%d bloggers like this: