Related Contents

ବୈପାରୀଗୁଡରେ ସହିଦଙ୍କ ଅମର ଆତ୍ମା ସଦଗତି ପାଇଁ ବନ୍ଦ ପାଳନ ସଫଳ

ବୈପାରିଗୁଡା(ଓଡିଶା ନ୍ୟୁଜ୨୪): ଫୁଲୱମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ୪୪ ଜଣ ଯବାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ସମସ୍ତ ବ୍ୟବସୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଏହି ବନ୍ଦ ଡାକରା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଥିବାର ଜଣାପଡ଼ିଛି । ଏହି ବନ୍ଦ ଡାକରା ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ସହୀଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ, ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଙ୍ଘ ଏଥିରେ ସାମିଲ ହୋଇଛନ୍ତି ।

Comments are closed.